Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ରିକେଟ ମ୍ୟାଚ ପରେ ଆରମ୍ଭ ହୋଇଛି ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ

କଟକ;୧୦|୧୨ : କାଲିର ବାରବାଟୀରେ କ୍ରିକେଟ ମ୍ୟାଚ ଆୟୋଜିତ ହୋଇଥିଲା | ଯେଉଁଥିରେ କି ଭାରତ ବିଜୟ ହାସଲ କରିଛି | ଏହାପରେ ଏବେ କଟକ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡ଼ିଶା ମାଷ୍ଟର୍ସ ସୁପର-୧୦୦ ଆରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗର କମିଶନର ତଥା ସଚିବ ସଚିନ ଯାଦବ କରିଥିଲେ। ଓସ୍‌ବା ସଭାପତି ରାଜେଶ ପ୍ରଭାକର ପାଟିଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନ ସମାରୋହରେ କ୍ରୀଡା ନିର୍ଦେଶକ ଡ.ବିଜୟ ୟେଦୁଲା, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ, ବ୍ୟାଡ୍‌ମିଣ୍ଟନ ଏସିଆ ଫେଡେରେସନର ଟୁର୍ଣ୍ଣାମେଣ୍ଟ ମ୍ୟାନେଜର ବେଣୁଗୋପାଳ ରାମଲିଙ୍ଗମ୍‌, ଓସ୍‌ବା ସମ୍ପାଦକ ନିଲିନ କୁମାର ଉପସ୍ଥିତ ଥିଲେ।

ଓଡ଼ିଶା ମାଷ୍ଟର୍ସରେ ୬ଟି ଦେଶର ମୋଟ ୧୪୭ ପୁରୁଷ ଏବଂ ୧୩୭ ମହିଳା ଖେଳାଳି ଭାଗ ନେଇଛନ୍ତି। ସେମାନେ ପୁରୁଷ ସିଙ୍ଗଲ୍‌ସ, ମହିଳା ସିଙ୍ଗଲ୍‌ସ, ପୁରୁଷ ଡବଲ୍‌ସ, ମହିଳା ଡବଲ୍‌ସ ଓ ମିକ୍ସଡ ଡବଲ୍‌ସ ଟାଇଟଲ ପାଇଁ ଲଢେଇ କରିବେ। ଏହି ମ୍ୟାଚର ପ୍ରଥମ ଦିନର ପୂର୍ବାହ୍ନ ରେ ୨୪ଟି ଯୋଗ୍ୟତା ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା। ଏଥି ମଧ୍ୟରୁ ଶ୍ରେଷ୍ଠ ୨୪ ମୁଖ୍ୟ ଡ୍ର’କୁ ଚୟନ କରାଯାଇଛି। ଅପରାହ୍ନରେ ମୁଖ୍ୟ ଡ୍ର ରୁ ୨୦ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଡ୍ରକୁ ଉନ୍ନୀତ ଭାରତୀୟ ସିଙ୍ଗଲସ ଖେଳାଳି ହେଲେ ଅଂଶ ବିଶାଳ ଗୁପ୍ତା, ମାନବ ଚୌଧୁରୀ, ରୋନକ ଚୌହାନ, ନୁମେର ଶେଖ, ମେଧାବୀ ନଗର, ସଂସ୍କାର ସାରସ୍ୱତ ଆଦିତ୍ୟ ଦିବାକର, ଲୋକେଶ ରେଡ୍ଡୀ ଏବଂ ଡବଲସରେ ବିମଲରାଜ ଆନ୍ନାଦୁରେଇ ଓ ଶ୍ରେୟା ବାଲାଜୀ ଯୋଡି, ରୋହିତ ମାରିସ୍ୱାମୀ ସାଥି ରିଧି କୌର, ଭି. ରେଡଡି ସାଥି କେ. ସେଲଭାମ, ଯେନିଥ ଅବିଗେଲ ସାଥି ଲିଖିତା ଶ୍ରୀବକ୍ଷସ୍ତବ, ଡି. ଭେଲ ମୁରୁଗାନ ସାଥୀ ପ୍ରମୁଖ। ଏହି ପ୍ରତିଯୋଗିତାରେ ୧ ଲକ୍ଷ ୧୦ ହଜାର ଡଲାର ପୁରସ୍କାର ରାଶି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ