Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁକ୍ତ ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ; ସଂଶୋଧନ ନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ

ଭୁବନେଶ୍ୱର ;୧୦|୧୨: ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ଦେଖିବାକୁ ମିଳିଛି ପରିବର୍ତ୍ତନ। ସଂଶୋଧନ ନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ| ସୂଚନା ଅନୁଯାଇ, ମାର୍ଚ୍ଚ ୧୧ରେ ହେବାକୁ ଥିବା କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ୨୩ ତାରିଖକୁ ପରିବର୍ତ୍ତନ ହୋଇଛି |

ସେହିପରି ଭାବରେ ମାର୍ଚ୍ଚ ୨୧ରେ ହେବାକୁ ଥିବା କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ୨୫ ତାରିଖରେ ଅନୁଷ୍ଠିତ ହେବ। ତେବେ ପୂର୍ବରୁ ପ୍ରକାଶିତ ଅବଶିଷ୍ଟ ପରୀକ୍ଷା ସୂଚୀ ଅପରିବର୍ତ୍ତିତ ରହିଛି। ପରୀକ୍ଷା ସୂଚୀରେ ଏହି ପରିବର୍ତ୍ତନ ହେବା ପରେ ଯୁକ୍ତ୨ ପରୀକ୍ଷା ମାର୍ଚ୍ଚ ୨୫ରେ ସରିବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଆସନ୍ତା ଜାନୁଆରୀ ୨ରୁ ଯୁକ୍ତ୨ ପ୍ରାକ୍ଟିକାଲ ଆରମ୍ଭ ହୋଇ ୧୫ ତାରିଖ ଯାଏ ଚାଲିବ। ସେହିପରି ଫେବୃଆରୀ ୧୮ରୁ ଯୁକ୍ତ୨ ଥିଓରି ପରୀକ୍ଷା ଆରମ୍ଭ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ