Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘରୋଇ ବିଶ୍ୱବିଦ୍ୟାଳୟରେ ସାଙ୍ଘାତିକ କାଣ୍ଡ; ଡ୍ରଗ୍ସ ସେବନ ନ କରିବାରୁ ଛାତ୍ରଙ୍କୁ ମାଡ, ପିଆଇଲେ ଶୌଚାଳୟ ପାଣି

ଭୁବନେଶ୍ୱର;୧୦|୧୨: ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ରାଗିଙ୍ଗ ହେବା କଥା ତ ସମସ୍ତେ ଶୁଣିଥିବେ | କିନ୍ତୁ ଡ୍ରଗ୍ସ ସେବନ ନ କରିବାରୁ ଛାତ୍ରଙ୍କୁ ମାଡ଼ ମାରିବା କଥା ବୋଧହୁଏ ଆପଣ ପ୍ରଥମଥର ପାଇଁ ଶୁଣିଥିବେ | ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱରରେ ସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ। ଏଭଳି ସାଂଘାତିକ ଅଭିଯୋଗ ଶୁଣିବାକୁ ମିଳିଛି। ଅଭିଯୋଗ ଉଠିଛି ଯେ ଡ୍ରଗ୍ସ ସେବନ ନ କରିବାରୁ ସଂପୃକ୍ତ ଛାତ୍ର ଜଣଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି।

ଅଭିଯୋଗ ଅନୁଯାଇ ଛାତ୍ର ଜଣଙ୍କ ପଢୁଥିବା ଅନୁଷ୍ଠାନର କିଛି ସହପାଠୀ ଓ ସିନିୟର ଛାତ୍ର ମାଡ଼ ମାରିବା ସହ ଶୌଚାଳୟ ପାଣି ପିଇବା ପାଇଁ ବାଧ୍ୟ କରିଥିଲେ। ଏଥିସହିତ ଟଙ୍କା ମାଗିଥିଲେ ସହପାଠୀ ଓ ସିନିୟର। ହେଲେ ଏହାକୁ ବିରୋଧ କରିବାରୁ ନିସ୍ତୁକ ମାଡ଼ ମରାଯାଇଥିଲା।

ଏହି ଅଭିଯୋଗକୁ ପିପିଲି ଥାନାରେ ପୀଡ଼ିତ ଛାତ୍ରଙ୍କ ପରିବାର ପକ୍ଷରୁ ମାମଲା ରୁଜୁ କରାଯାଇଛି। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ତେବେ ମାଡ ମାରିଥିବା ସିନିୟର ଛାତ୍ର, ସହପାଠୀ କିମ୍ବା ସଂପୃକ୍ତ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ