ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ
Oplus_16908288
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ଶୁକ୍ରବାର ସକାଳେ ମହାରାଷ୍ଟ୍ରର ଲାଟୁରସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି।
୯୦ ବର୍ଷ ବୟସରେ ପାଟିଲ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ପରିବାର ସଦସ୍ୟମାନେ କହିଛନ୍ତି ଯେ ସେ ଘରେ ଚିକିତ୍ସାଧୀନ ଥିଲେ। କଂଗ୍ରେସ ଦଳ ପାଟିଲଙ୍କ ମୃତ୍ୟୁକୁ ଏକ ବଡ଼ କ୍ଷତି ବୋଲି ବର୍ଣ୍ଣନା କରିଛି। ତାଙ୍କୁ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ନିକଟତର ବୋଲି ବିବେଚନା କରାଯାଉଥିଲା।
ଆଜି ସନ୍ଧ୍ୟାରେ ଲାଟୁରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।ଯେଉଁଥିରେ ଦଳର ପ୍ରମୁଖ ନେତାମାନେ ଉପସ୍ଥିତ ରହିବେ। ଶିବରାଜ ପାଟିଲ ୧୨ ଅକ୍ଟୋବର ୧୯୩୫ରେ ମହାରାଷ୍ଟ୍ରର ଲାଟୁର ଜିଲ୍ଲାର ଚାକୁରରେ ଏକ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ସାବିତ୍ରୀବାଇ ଫୁଲେ ପୁଣେ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଏବଂ ଆଇନ ଡିଗ୍ରୀ ହାସଲ କରିଥିଲେ। ୧୯୬୦ ଦଶକରେ ରାଜନୀତିରେ ପ୍ରବେଶ କରିଥିବା ପାଟିଲ ୧୯୭୨ରୁ ୧୯୮୦ ପର୍ଯ୍ୟନ୍ତ ମହାରାଷ୍ଟ୍ର ବିଧାନସଭାର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ।

