ଝରିଆଗୁଡା ରେ ଖରିଫ ମଣ୍ଡି ଉଦଘାଟନ, ପ୍ରଥମ ଦିନରେ ୧୦ ଚାଷି ଙ୍କ ଧାନ କ୍ରୟ।
କଳାହାଣ୍ଡି,୧୨/୧୨ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଗୁରୁବାର ଠାରୁ ଆରମ୍ଭ ହୋଇଛି ଖରିଫ ମଣ୍ଡି, ଶୁକ୍ରବାର କୋକସରା ପେକ୍ସ ଅଧୀନ ରେ ଥିବା ରେଙ୍ଗାଳପାଲି ପଞ୍ଚାୟତ ର ଝରିଆଗୁଡା ଠାରେ ମଣ୍ଡି ଆରମ୍ଭ ହେବାପରେ ଚାଷିମାନେ ଧାନ ବିକ୍ରି କରିଛନ୍ତି। ମଣ୍ଡି ଆରମ୍ଭ ପୂର୍ବରୁ ମଣ୍ଡି ପାଇଁ ଜମି ଦାନ କରିଥିବା ଚାଷି ଜୟଲାଲ ନାଏକ ଗ୍ରାମ ଦେବାଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ମଣ୍ଡି ରେ ଧାନ କ୍ରୟ ଆରମ୍ଭ ହୋଇଥିଲା। କୋକସରା ପେକ୍ସ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ ଓ ଆରଏମସି କର୍ମଚାରୀ ମାନେ ଟୋକନ ଥିବା ଚାଷି ଙ୍କ ଧାନ କୁ ଯାଞ୍ଚ କରିବା ପରେ ଧାନ କ୍ରୟ ଆରମ୍ଭ ହୋଇଥିଲା। ଏହି ଅବସରରେ ରେଙ୍ଗାଳପାଲି ପଞ୍ଚାୟତ ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ,ବିଜେପି କର୍ମି ଭାବଗ୍ରାହୀ ପ୍ରଧାନୀ, ମୁକୁନ୍ଦ ପଟ୍ଟନାୟକ, ଶାରଳା ପ୍ରସାଦ ପ୍ରଧାନୀ,ଚାଷି ରାଜ କିଶୋର ସାହୁ,ହୃଷିକେଶ ଖମାରି,ଶିଶିର ପ୍ରଧାନୀ,ବିରାଟ ପଟ୍ଟନାୟକ,ନିରଞ୍ଜନ ବାଗ, ପିତାମ୍ବର ଦାସ, ନିଲା ଞ୍ଚଲ ଦୁର୍ଗା, ଉପେନ୍ଦ୍ର ଦାସ,ବିଦ୍ୟାଧର ପଟ୍ଟନାୟକ, ପ୍ରଶାନ୍ତ ନାଏକ, ଏକଲବ୍ୟ ନାଏକ,ମହିଳା ଚାଷି ସ୍ବାତି ପୋଢ଼, ଝଟଣା ଖମାରି ଙ୍କ ୫୦୦ କ୍ୱିଣ୍ଟାଲ ରୁ ଉର୍ଦ୍ଧ୍ଵ ଧାନ କ୍ରୟ ହୋଇଥିବା ନେଇ ପେକ୍ସ କର୍ମଚାରୀ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ପୂର୍ବରୁ ଏହି ପଞ୍ଚାୟତ ଅଞ୍ଚଳ ର ଚାଷି ମାନେ ମଣ୍ଡି ନଥିବାରୁ କୋକସରା ମଣ୍ଡି ରେ ଧାନ ବିକ୍ରି କରୁଥିଲେ ତେବେ ପ୍ରଶାସନ ପକ୍ଷରୁ ଗତବର୍ଷ ଠାରୁ ଝରିଆଗୁଡା ରେ ସ୍ୱତନ୍ତ୍ର ମଣ୍ଡି ଖୋଲିବା ପରେ ଚାଷି ଏହି ମଣ୍ଡି ରେ ଧାନ ବିକ୍ରି କରୁଛନ୍ତି।

