Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ କଲେଜ ର ୩୧ ତମ ବାର୍ଷିକ କ୍ରୀଡା ଉତ୍ସଵ ଉଦଯାପିତ।

କଳାହାଣ୍ଡି,୧୩/୧୨
କଳାହାଣ୍ଡି ଜିଲ୍ଲାକୋକସରା ବ୍ଲକ ଲଡୁଗାଁ ହାଇୟର ସେକେଣ୍ଡେରି ସ୍କୁଲ ରେ ଚଳିତ ବର୍ଷ ଆୟୋଜିତ ୩୧ ତମ ବାର୍ଷିକ କ୍ରୀଡା ଉତ୍ସଵ ଶନିବାର ସ୍ଥାନୀୟ ମିନି ଷ୍ଟାଡିୟମରେ ଉଦଯାପିତ ହୋଇଯାଇଛି।
ଉଦଘାଟନି କାର୍ଯ୍ୟକ୍ରମ ରେ କ୍ରୀଡା ପତାକା ଉତ୍ତୋଳନ ପରେ କଲେଜ ର ଅଧ୍ୟକ୍ଷ ଡ. ନିହାରକାନ୍ତ ପଣ୍ଡା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଅଵସର ପ୍ରାପ୍ତ ପ୍ରାଧ୍ୟାପକ ପ୍ରେମାନନ୍ଦ ସାହା ଯୋଗଦେଇ ଅଧ୍ୟୟନ ସହ କ୍ରୀଡା ମଧ୍ୟ ଛାତ୍ରଛାତ୍ରୀ ଙ୍କ ମାନସିକ ବିକାଶ ଦିଗରେ ସହାୟକ ହୁଏ, ଏଣୁ ଛାତ୍ରଛାତ୍ରୀ ମାନେ କ୍ରୀଡା ପ୍ରତି ରୁଚି ରଖିବା ଆବଶ୍ୟକ ବୋଳି ପରାମର୍ଶ ଦେଇଥିଲେ। କ୍ରୀଡା ଉତ୍ସଵ ରେ ବିଭିନ୍ନ ବିଭାଗ ରେ ମୋଟ ୨୦ କ୍ରୀଡା ଆୟୋଜିତ ହୋଇଥିବା ବେଳେ କ୍ରୀଡା ଶିକ୍ଷକ ବିରେନ୍ଦ୍ର ନାରାୟଣ ଦାସ ଓ କିଶନ ଧଙ୍ଗଡା ମାଝୀ ପରିଚାଳନା କରିଥିଲେ।ଆଜି ଉଦଯାପନି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଉପାଧକ୍ଷ୍ୟା ଧୀରମଣି ଦାସ ଉପସ୍ଥିତ ରହି କୃତ୍ତି ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ସହ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମ କୁ ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ ମଞ୍ଚ ସଂଯୋଜନା କରିଥିଲେ। ଶ୍ରେଷ୍ଠ କ୍ରୀଡା ବିଦ ବାଳିକା ବିଭାଗ ରେ ମାଳତୀ ନିଆଁଲ ଓ ବାଳକ ବିଭାଗ ରେ ଶୁଭମ ପଟ୍ଟନାୟକ ପୁରସ୍କୃତ ହୋଇଥିଲେ। ଅଧ୍ୟାପକ ଶଙ୍କର ସତନାମୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପକ ସରୋଜ ପ୍ରଧାନ, ଭାରତ ଭୂଷଣ ଠାକୁର,ପ୍ରଶାନ୍ତ ଯୋଶୀ, ଅନିତା ସାହୁ,ଭାଗବତ କଟା, ବିଭୁଞ୍ଜନ ସାହୁ,ତୁଳସୀ ବାଗ, ଭାନୁମତି ମାଝୀ,ଦିବାକାର ଦୁର୍ଗା, ସ୍ୱପ୍ନା ନାୟକ ପ୍ରମୁଖ କର୍ମଚାରୀ ମାନେ କ୍ରୀଡା ଉତ୍ସଵ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ