ମନ୍ତ୍ରୀ ଙ୍କ ନିକଟରେଅଭିଯୋଗ ନେଇ ଆସିଥିଲେ, ସମାଧାନ କଲେ ବ୍ଲକ ଉପାଧ୍ୟକ୍ଷ।
କଳାହାଣ୍ଡି,୧୬/୧୨
ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ସରକାରୀ କାର୍ଯ୍ୟକ୍ରମ ରେ ସୋମବାର କୋକସରା ବ୍ଲକ ରେ ଆସି ଏକ ଜନ ସଭା ରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପଲବ୍ଧି ଓ ଲୋକାଭିମୁଖୀ ଯୋଜନା ବିଷୟରେ କହିଥିଲେ। ତେବେ ମନ୍ତ୍ରୀ ଆସୁଥିବା ଜାଣି କାଶିବାହାଲ ଗ୍ରାମ ର ଜଣେ ଭିନ୍ନକ୍ଷମ ଯୁବକ ଅଭିମନ୍ୟୁ ବାଗ ତାଙ୍କ ବାପା ମା ଙ୍କ ସହିତ ଆସି ମନ୍ତ୍ରୀ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ ଓ ଟ୍ରାଇ ସାଇକେଲ ପ୍ରଦାନ ପାଇଁ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କୁ କହିବାରୁ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ସରିବା ପରେ ସେହି ଭିନ୍ନକ୍ଷମ ଯୁବକ ଙ୍କୁ ବ୍ଲକ କାର୍ଯ୍ୟାଳୟ କୁ ନେଇ ଏକ ଟ୍ରାଇ ସାଇକେଲ ସହ ଭିନ୍ନକ୍ଷମ ଙ୍କ ପାଇଁ ରହିଥିବା ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଟ୍ରାଇ ସାଇକେଲ ଟିଏ ପାଇ ଅଭିମନ୍ୟୁ ଓ ପରିବାର ଲୋକେ ଖୁସି ବ୍ୟକ୍ତ କରିବା ସହ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କୁ କୃତଜ୍ଞତା ଜଣାଇଥିଲେ।

