ଖୁଣ୍ଟିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ।(ବିଦ୍ୟାଳୟ ର ଉତ୍କର୍ଷତା ହିଁ ଛାତ୍ରଛାତ୍ରୀ ଙ୍କ ପାଇଁ ପ୍ରେରଣା ର ଉତ୍ସ ହେଉ)
କଳାହାଣ୍ଡି,୧୭/୧୨
କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ, ଖୁଣ୍ଟିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲିଲାମ୍ବର ଛତ୍ରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ବାର୍ଷିକ ଉତ୍ସବ କୁ ଉଦଘାଟନ ପୂର୍ବକ ନିଜ ବକ୍ତବ୍ୟ ରେ ବିଦ୍ୟାଳୟ ର ଉତ୍କର୍ଷତା ହିଁ ଛାତ୍ରଛାତ୍ରୀ ଙ୍କ ପାଇଁ ପ୍ରେରଣା ର ଉତ୍ସ ବୋଳି କହିଥିଲେ। ମୂଖ୍ୟବକ୍ତା ଭାବରେ ପ୍ରିୟବ୍ରତ ପଣ୍ଡା, ସମ୍ମାନୀତ ଅତିଥି ଭାବରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ ଭାଟି, ବିଜେପି ନେତା ଧର୍ମବ୍ରତ ପଣ୍ଡା, ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ମାଧବୀ ଧରୁଆ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅମିନ ରଣା, ମହିଳା ନେତ୍ରୀ ପଙ୍କଜିନି ମେହେର, ପଦ୍ମବନ ହାତୀ, ବିଦେଶୀ ଧରୁଆ, ଚୈତନ୍ୟ ଧରୁଆ, ଶିକ୍ଷକ ନିଦାମ ସୁନାନୀ, ସିଆରସିସି ଈଶ୍ୱର ନାଏକ ପ୍ରମୁଖ ଯୋଗଦାନ କରି ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି ସହିତ ଛାତ୍ର ଛାତ୍ରୀମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।ଏହି ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ସନ୍ତୋଷ ସୁନାନୀ ସଂଯୋଜନା କରିଥିବା ବେଳେ ଶିକ୍ଷକ ଚଞ୍ଚଳ ବାଗ, ଦୁଷ୍ମନ୍ତ ନାଏକ, ରବି ପ୍ରସାଦ ଦାସ, ଅଜିତ କୁମାର ଥଇଥ, ଅର୍ଜୁନ କୁମାର ମେହେର, କ୍ଷୀରୋଦ ଚନ୍ଦ୍ର ପୁରୋହିତ, ବାସନ୍ତୀ ସୁନାନୀ, ଚିତ୍ରା ନାଏକ, ଚକ୍ରଧର ଧରୁଆ, ଘନଶ୍ୟାମ ନାଏକ, ଇଶରାମ ଧରୁଆ, ହିମାଂଶୁ ଶେଖର ମେହେର ପରିଚାଳନା ରେ ସହଯୋଗ କରିଥିଲେ।ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ମନଛୁଆଁ ହୋଇପାରିଥିଲା।

