Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

#KISS ଛାତ୍ର ମୃତ୍ୟୁ ଘଟଣାରେ ୮ ଜଣ ବନ୍ଧାହେଲେ

କିସ୍ ଛାତ୍ରଙ୍କୁ ହତ୍ୟା ମାମଲାରେ କିସର ଜଣେ ଅତିରିକ୍ତ ସିଇଓଙ୍କ ସମେତ ପୋଲିସ ୮ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ KISSର ଆଡିସନାଲ ସିଇଓ ପ୍ରମୋଦ କୁମାର ପାତ୍ର, ଟିଜିଟି ଟିଚର୍ ବିନୟ କୁମାର ଗୋଛି, ସିନିୟର ଏକାଡେମିକ୍ କୋ-ଅର୍ଡିନେଟର୍ ପ୍ରସନ୍ନ କୁମାର ମଲ୍ଲ, ଶିକ୍ଷକ ପ୍ରଦୀପ କୁମାର ଦାସ, କିସ୍ ସେକେଣ୍ଡାରୀ ସ୍କୁଲର ପ୍ରଧାନଶିକ୍ଷକ ରଶ୍ମୀରଂଜନ ନାୟକ, କିସ୍ ଛାତ୍ରାବାସର ଆସିଷ୍ଟାଣ୍ଡ ଫିଲ୍ଡ ଅଫିସର ହେମନ୍ତ କୁମାର ମହାପାତ୍ର, କିସ୍ ବୟଜ୍ ହଷ୍ଟେଲର ସୁପରଭାଇଜର୍ ଶୁଭକାନ୍ତ ବେହେରା, ଏବଂ ସହକାରୀ ଶିକ୍ଷୟିତ୍ରୀ ସୁଜାତା ମିଶ୍ର। ଏହାସହ ୩ ଜଣ ଛାତ୍ରଙ୍କୁ ଧରି ତନାଘନା କରାଯାଉଛି।

KISSରେ ନବମ ଛାତ୍ର ହତ୍ୟା ମାମଲାରେ ବଡ଼ ଅପଡେଟ୍। KISS କର୍ତ୍ତୃପକ୍ଷଙ୍କ ମୁଖା ଖୋଲିଦେଲା ପୋଲିସ୍। କେମିତି ହତ୍ୟାକାଣ୍ଡକୁ ହୃଦଘାତର ରୂପ ଦେବାକୁ ଚେଷ୍ଟା କରାଯାଇଥିଲା ଓ ପ୍ରମାଣ ନଷ୍ଟ କରାଯାଇଥିଲା, ପ୍ରେସମିଟରେ ସେ ସବୁର ପର୍ଦ୍ଦାଫାସ କରିଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ