Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନମାଜ ପଢୁଥିବା ସମୟରେ ମସଜିଦରେ ଭୟଙ୍କର ବିସ୍ଫୋରଣ; ୧୦ ମୃତ

ନୂଆଦିଲ୍ଲୀ,୨୫।୧୨: ନାଇଜେରିଆର ମୈଦୁଗୁରିରେ ଏକ ବଡ ବିସ୍ଫୋରଣ ହୋଇଛି। ସନ୍ଧ୍ୟାରେ ମସ୍‌ଜିଦରେ ନମାଜ ପଢୁଥିବା ସମୟରେ ଏହି ଭୟଙ୍କର ବିସ୍ଫୋରଣ ଘଟିଛି। ଫଳରେ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣ ଘଟଣା ପଛରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥାଇପାରେ ବୋଲି ଅନୁମାନ କରାଯାଉଛି।

ତେବେ ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀଙ୍କୁ ଦାୟୀ କରାଯାଇ ନାହିଁ। ମିଲିସିଆ ନେତା ବାବାକୁରା କୋଲୋ ଏହି ଘଟଣାକୁ ଏକ ସନ୍ଦେହଜନକ ବୋମା ବିସ୍ଫୋରଣ ବୋଲି କହିଛନ୍ତି । ଅଧିକାରୀମାନଙ୍କ ସୂଚନା ଅନୁସାରେ, ଆତଙ୍କବାଦୀମାନେ ପୂର୍ବରୁ ମୈଦୁଗୁରିରେ ମସଜିଦ ଏବଂ ଜନଗହଳିପୂର୍ଣ୍ଣ ପ୍ରମୁଖ ଅଞ୍ଚଳ ଗୁଡିକକୁ ଟାର୍ଗେଟ କରୁଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଗାମ୍ବୋରୁ ମାର୍କେଟ୍ ଅଞ୍ଚଳର ଏକ ଜନଗହଳିପୂର୍ଣ୍ଣ ମସଜିଦ ଭିତରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା, ଯେଉଁଠାରେ ମୁସଲମାନମାନେ ନମାଜ ପଢିବା ପାଇଁ ଏକାଠି ହୋଇଥିଲେ।କିନ୍ତୁ ଅଚାନକ ଭାବେ ବିସ୍ଫୋରଣ ହୋଇଥିଲା ଯାହା ଫଳରେ ଆଖ ପାଖ ଅଞ୍ଚଳରେ ଭୟରେ ବାତାବରଣ ସୃଷ୍ଟି ହୋଇଥିଲା। ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ଆତ୍ମଘାତି ବୋମା ଉପକରଣଟି ମସଜିଦ ଭିତରେ ପୂର୍ବରୁ ଯୋଜନାବଦ୍ଧ ଭାବେ ରଖାଯାଇଥାଇପାରେ ଏବଂ ନମାଜ ପାଠ କରିବା ସମୟରେ ଏହି ବିସ୍ଫୋରଣ କରାଯାଇଛି।

ସୂଚନା ଅନୁଯାୟୀ,ବୋର୍ନୋ ରାଜ୍ୟର ରାଜଧାନୀ ମୈଦୁଗୁରି ରେ ପୂର୍ବରୁ ଏଭଳି ଘଟଣା କେବେ ଘଟିନଥିଲା। ତେବେ ଏହି ଘଟଣା ଘଟିବା ପରେ ଏବେ ଉଭୟ ସ୍ଥାନୀୟ ବାସିନ୍ଦା ଏବଂ ସୁରକ୍ଷା ଏଜେନ୍ସି ପାଇଁ ଚିନ୍ତାର ବିଷୟ ହୋଇଛି। ବୋକୋ ହାରାମ ୨୦୦୯ ମସିହାରେ ବୋର୍ନୋ ରାଜ୍ୟରେ ଏକ ଇସଲାମିକ୍ ଖଲିଫାତ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ବିଦ୍ରୋହ ସୃଷ୍ଟି କରିଥିଲା। ତେବେ ନାଇଜେରିଆ ୨୦୦୯ ମସିହାରୁ ଜେହାଦୀ ବିଦ୍ରୋହ ସହିତ ସଂଘର୍ଷ କରି ଆସୁଛି। ଜାତିସଂଘର ଆକଳନ ଅନୁଯାୟୀ, ଦେଶର ଏହି ସଂଘର୍ଷରେ ଅତି କମରେ ୪୦,୦୦୦ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ ୨୦ ଲକ୍ଷ ଲୋକ ବାସହୀନ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ