Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପି.ଏମ୍.ଯୁବା ମେଣ୍ଟରସିପ୍ ୩.୦,୨୦୨୫ ପାଇଁ ପଲ୍ଲବୀ ରାଉତ ମନୋନୀତ ।

କଳାହାଣ୍ଡି,୨୫/୧୨
ନ୍ୟାସନାଲ ବୁକ୍ସ ଟ୍ରଷ୍ଟ ନୂଆଦିଲ୍ଲୀଦ୍ଵାରା ପ୍ରାୟୋଜିତ ପି. ଏମ୍. ଯୁବା ୩.୦,୨୦୨୫ ବର୍ଷ ପାଇଁ ଇଂରାଜୀ ସାହିତ୍ୟରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଅନ୍ତର୍ଗତ ସନ୍ୟାସୀକୁଣ୍ଡାମାଳ ଗ୍ରାମର ଯୁବ ଲେଖିକା ପଲ୍ଲବୀ ରାଉତ ମନୋନୀତ ହୋଇଛନ୍ତି । ସେ ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ (JNU), ନୂଆଦିଲ୍ଲୀରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ । ପୂର୍ବରୁ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଭବାନୀପାଟଣାରୁ ଇଂରାଜୀ ସାହିତ୍ୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ପଲ୍ଲବୀ ରାଉତ CPET,୨୦୨୨ ଇଂରାଜୀ ବିଭାଗରେ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ବର୍ତ୍ତମାନ ସେ UGC NET-JRF ଡିସେମ୍ବର ୨୦୨୪ ଏବଂ GET ୨୦୨୫ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ପଲ୍ଲବୀ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ପାଦନରେ ଇଂରାଜୀ ସାହିତ୍ୟ, ଲୋକସାହିତ୍ୟ ତଥା ଲୋକସଂକୃତିରେ ସନ୍ଦର୍ଭ ପାଠ କରି ବହୁ ପ୍ରଶଂସିତ ହୋଇଛନ୍ତି ।କବିୟତ୍ରୀ,ଗବେଷିକା ଡ. ଯାଜ୍ଞସେନୀ ପ୍ରଧାନୀ ଓ ଶ୍ରୀ ମକରଧ୍ବଜ ରାଉତଙ୍କ ସୁପୁତ୍ରୀ ହେଉଛନ୍ତି ପଲ୍ଲବୀ। ତାଙ୍କର ଏହି ସଫଳତାରେ କଳାହାଣ୍ଡିର ଯୁବ ଲେଖକ ଲେଖିକା ତଥା ପ୍ରଶଂସକଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ