ଦଣ୍ଡପାଟ ଧନୁଯାତ୍ରା ରେ କଂଶ ମହାରାଜ ଙ୍କ ରାଜୁତି ଆରମ୍ଭ, ମଶାଲ ଶୋଭାଯାତ୍ରା ସହ ମହୋତ୍ସବ ଶୁଭାରମ୍ଭ।
କଳାହାଣ୍ଡି,୨୬/୧୨
କଳାହାଣ୍ଡି ଜିଲ୍ଲା, ଧର୍ମଗଡ ବ୍ଲକ, ବେହେରାଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ହେବାକୁ ଥିବା ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ୨୦୨୫ ପାଇଁ ମଶାଲ ଶୋଭାଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି।ଦଣ୍ଡପାଟ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ଦନ୍ତେଶ୍ଵରୀଙ୍କୁ ପୂଜାର୍ଚ୍ଚନା କଲା ପରେ ଦେବୀଙ୍କ ମଶାଲ ଶଙ୍ଖ, ଘଣ୍ଟ, ହୁଳହୁଳି ଏବଂ ବାଜାର ତାଳେ ତାଳେ ଗାଁ ପରିକ୍ରମା କରି ଉତ୍ସବ ପଡିଆରେ ପହଞ୍ଚିଥିଲା। ଏହି ମଶାଲ ଶୋଭାଯାତ୍ରାରେ ଗାଁ ଦେବୀ ଦନ୍ତେଶ୍ଵରୀ ପୂଜକ ସାହିଲ ନାଏକ ଏବଂ ମାଟି ପୁଝାରୀ ଶଶିଧର ପୂଝାରୀ ସହ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ପାଳନ କମିଟିର ସଭାପତି ଲଳିତ ବାଣୁଆ, ଗୁଣନିଧି ନାଗ,ବିନ୍ଦୁସାର ବିଶି, ଭବେସ ଗଏନ୍ତା, ତରେସ ବିଶି, ଭବାନୀ ବାରିକ, କ୍ଷୀରସିନ୍ଧୁ ବାଣୁଆ, ଚନ୍ଦ୍ରକାନ୍ତ ରଣା, ଅଭୟ ସିଂ ରାଜପୁତ, ଗଗନ ନାଏକ, ଟିକ ବିଶି, ଭୁଜବଳ ନାଏକ,ପ୍ରକାଶ ସାହୁ, କ୍ଷୀରସିନ୍ଧୁ ବାଗ, ହୁକିମ ବିଶି, ବିଜୁ ନାଗ, ଈଶ୍ୱର ବାଣୁଆ, ଭିକାରୀ ଗୋପାଲ, ରଜନୀ ନାଏକ, ତ୍ରିଲୋକ ନାଥ ସିଂ, ଉପେନ୍ଦ୍ର ନାଏକ, ପ୍ରଭାତ ତିୱାରୀ , ଅଜୟ ତିୱାରୀ, ଚତୁର୍ଭୁଜ ବାଣୁଆ, ଉପେନ୍ଦ୍ର ସାହୁ, ଡମ୍ବରୁ ନାଏକ, ରାଜୀବ ଗୋପାଲ, ଅଭୟ ସିଂ ଠାକୁର ସମେତ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଚନ୍ଦନ ବାଣୁଆ, ଘନଶ୍ୟାମ ପଟେଲ, ଜୟଚନ ନାଏକ, ମଣ୍ଟୁ ଅଗ୍ରୱାଲ, ନରେନ୍ଦ୍ର ବିଶି, ତୁଳସୀ ରାମ ବାରିକ, ଧନୁର୍ଜୟ ବିଶି, ବଳରାମ ପୂଝାରୀ, ଚନ୍ଦ୍ରକାନ୍ତ ପୂଝାରୀ ପ୍ରମୁଖ ସାମିଲ୍ ରହିଥିଲେ।ଏହି ପ୍ରସିଦ୍ଧ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ଆଜି ଠାରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କଂସ ଭୂମିକାରେ ଗୋପାଲ ପଣ୍ଡା ରହିଥିବା ବେଳେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ, ନୂଆ ନୂଆ ବିଶିଷ୍ଟ କଣ୍ଠଶିଳ୍ପୀ ଓ କଳାକାର ମାନଙ୍କ ସମାବେଶ ,ମିନା ବଜାର , ଅନେକ ଦୋକାନ ବଜାରର ଆକର୍ଷଣ ଦେଖିବାକୁ ମିଳିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ଏହି ମଶାଲ ଶୋଭାଯାତ୍ରା ଦେଖିବା ପାଇଁ ବେହେରା ତଥା ଅଞ୍ଚଳର ହଜାର ହଜାର ଜନସାଧାରଣଙ୍କ ସମାବେଶ ଦେଖିବାକୁ ମିଳିଥିଲା। ରାତିରେ ଦଣ୍ଡପାଟ ମୁକରଙ୍ଗ ମଞ୍ଚ ରେ ମହାରାଜା କଂଶ ଙ୍କ ଦରବାର ରେ ଅତିଥିମାନେ ଯୋଗଦେଇଥିବା ବେଳେ ଦଣ୍ଡପାଟ ଧନୁଯାତ୍ରା ରେ କଂଶ ମହାରାଜ ଙ୍କ ରାଜୁତି ଆରମ୍ଭ ସହ ମହୋତ୍ସବ ଶୁଭାରମ୍ଭ ହୋଇଛି।

