ଟ୍ରକ ଦୁର୍ଘଟଣାରେ ଯୁବକ ମୃତ ; ଗାଡ଼ି ଫେରାର,ପୋଲିସ ର ତଦନ୍ତ ଜାରି।
କଳାହାଣ୍ଡି,୨୭/୧୨
୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ଟ୍ରକ୍ ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ କୁସୁମଖୁଣ୍ଟି ଗ୍ରାମର ନବ ଭୋଇ (୩୫) ବୋଲି ଜଣାପଡିଛି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଟି ଘଟଣା ସ୍ଥଳରୁ ଫେରାର ମାରିଛି।
ସୂଚନା ଅନୁସାରେ, ଭବାନୀପାଟଣା-ନବରଙ୍ଗପୁର ରାସ୍ତାର କୁସୁମଖୁଣ୍ଟି ନିକଟରେ ଯୁବକ ନବ ଭୋଇଙ୍କୁ ଟ୍ରକ୍ ଟି ଧକ୍କା ମାରି ଫେରାର ହୋଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ନବ କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି। କୋକସରା ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ସହ ମେଡିକାଲରେ ପହଞ୍ଚି ଶବ ଜବତ କରିଥିବା ଜଣାପଡିଛି।

