Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମମତା ବାନାର୍ଜୀ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସହିତ ସେଠାକୁ ଚାଲିଯାଆନ୍ତୁ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ନୂଆଦିଲ୍ଲୀ, ୨୯।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ବାଂଲାଦେଶୀଙ୍କୁ ଦିଦି ଯଦି ଏତେ ପସନ୍ଦ କରୁଛନ୍ତି ତେବେ ସେଠାକାର ପ୍ରଧାନମନ୍ତ୍ରୀ ହୋଇଯାଆନ୍ତୁ। ଏଭଳି କହି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ଷେପ କରିଛନ୍ତି। ପୂର୍ବରୁ ମମତା ବାନାର୍ଜୀ ପଶ୍ଚିମବଙ୍ଗ ଅପେକ୍ଷା ବାଂଲାଦେଶରେ ଅଧିକ ଲୋକପ୍ରିୟ ନେତା ବୋଲି ଟିଏମସି ସାଂସଦ ସୌଗତ ରାୟ ବୟାନ ଏକ ଦେଇଥିଲେ। ଆଉ ଏବେ ତାହା ଉପରେ ଗିରିରାଜ ସିଂହ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ମମତା ବାନାର୍ଜୀ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସହିତ ସେଠାକୁ ଚାଲିଯାଆନ୍ତୁ ଏବଂ ସେଠାରେ ପ୍ରଧାନମନ୍ତ୍ରୀ ହୋଇ ରୁହନ୍ତୁ। କିନ୍ତୁ ଆମେ ପଶ୍ଚିମବଙ୍ଗରେ ବାଂଲାଦେଶ ଭଳି ପରିସ୍ଥିତି ହେବାକୁ ଦେବୁ ନାହିଁ।”

ସେ ଆହୁରି କହିଛନ୍ତି,”ମମତା ବାନାର୍ଜୀ ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କ ପାଇଁ ଭାରତ ଆସିବାକୁ ଲାଲ କାର୍ପେଟ ବିଛାଉଛନ୍ତି। ବାଂଲାଦେଶୀ ମାନଙ୍କୁ ସମର୍ଥନ କରି ସେ ହିନ୍ଦୁମାନଙ୍କୁ ହତ୍ୟାର ଷଡ଼ଯନ୍ତ୍ର ରଚୁଛନ୍ତି। ଯଦି ଦିଦି ବାଂଲାଦେଶରେ ଅଧିକ ଲୋକପ୍ରିୟ, ତେବେ ସେ ପଶ୍ଚିମବଙ୍ଗ ଛାଡି ତାଙ୍କର ଅନୁପ୍ରବେଶକାରୀଙ୍କ ସହିତ ସେଠାକୁ ଚାଲିଯିବା ସହିତ ସେଠାକର ପ୍ରଧାନମନ୍ତ୍ରୀ ହୋଇ ରୁହନ୍ତୁ”।

ଅନ୍ୟପଟେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପୁରୁଣା ଫଟୋ ସେୟାର କରି ଦିଗବିଜୟ ସିଂହ ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟ କରିଥିଲେ | ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲକୃଷ୍ଣ ଆଡଭାନୀଙ୍କ ପାଦତଳେ ବସିଥିବାର ଦେଖାଯାଇଥିଲା। ଫଟୋ ସହିତ କଂଗ୍ରେସ ଦିଗବିଜୟ ଲେଖିଥିଲେ, “ଆରଏସଏସର ଜଣେ ତୃଣମୂଳ ସ୍ବୟଂସେବକ ଏବଂ ବିଜେପିର କର୍ମୀ ନେତାମାନଙ୍କ ପାଦ ତଳେ ବସି ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ହେଉଛି ସଂଗଠନର ଶକ୍ତି।”

ତେବେ ଏହି ପୋଷ୍ଟର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ | ସେ କହିଛନ୍ତି, “ଦିଗବିଜୟ ସିଂହ ପ୍ରଶଂସା କରନ୍ତୁ କି ନକରନ୍ତୁ, କିଛି ବିଜେପି ଦଳ ଉପରେ ଫରକ ପଡ଼େ ନାହିଁ। ବିଜେପି ହେଉଛି କର୍ମୀଙ୍କ ଦଳ, ଆଉ ଦେଶପ୍ରେମୀଙ୍କ ଦଳ। ଆଉ କଂଗ୍ରେସ ହେଉଛି ପରିବାର ଦଳ। ଏବଂ ଏହା ନେହେରୁ-ଇନ୍ଦିରାଙ୍କ ବଂଶର ପାଦ ଚାଟିବା ଦଳ।” ଏଭଳି କହି ଗିରିରାଜ ଦିଗବିଜୟ ସିଂହଙ୍କ ପୋଷ୍ଟର ଓଲଟା ଜବାବ ରଖିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ