୨୦୨୬ରେ ପଶ୍ଚିମବଙ୍ଗରେ ବିଜେପି ସରକାର! ଦିଦିଙ୍କୁ ଟାର୍ଗେଟ କଲେ ଗୃହମନ୍ତ୍ରୀ ଅମିତ ଶାହ
କୋଲକାତା,୩୦|୧୨ : ବେଙ୍ଗଲ ନିର୍ବାଚନ ପୂର୍ବରୁ କୋଲକାତାରେ ସାମ୍ବାଦିକ ସମ୍ମିଳନୀରେ ଦିଦିଙ୍କୁ ଟାର୍ଗେଟ କଲେ ଗୃହମନ୍ତ୍ରୀ ଅମିତ ଶାହ । ୨୦୨୬ ମସିହାରେ ବେଙ୍ଗଲରେ ବିଜେପି ସରକାର ଶାସନ କରିବା ନେଇ ନିଶ୍ଚିତ କରିଛନ୍ତି ଅମିତ୍ ଶାହ। ଆହୁରି ମଧ୍ୟ ସେ କହିଛନ୍ତି ୨୦୨୪ରେ ଓଡ଼ିଶା ଓ ଆନ୍ଧ୍ରରେ ଆମ ସରକାର ପ୍ରଥମ ଥର ସରକାର ଗଠନ କରିଛି। ଆଉ ଆସନ୍ତା ୨୦୨୬ରେ ମଧ୍ୟ ଦୁଇତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହିତ ବଙ୍ଗଳାରେ ମଧ୍ୟ ଆମେ ସରକାର ଗଠନ କରିବୁ। ସେ ଆହୁରି କହିଛନ୍ତି ଲ, ଯେ ବେଙ୍ଗଲ ଏକ ଗରିବ ରାଜ୍ୟ ହେବା ସତ୍ତ୍ୱେ, ମନ୍ତ୍ରୀଙ୍କ ଘରୁ ୨୭ କୋଟି ଟଙ୍କା ମିଳୁଛି। ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳର କେଉଁ ସଦସ୍ୟ ଦୁର୍ନୀତି ପାଇଁ ଜେଲ୍ ଯାଇଛନ୍ତି ତାହା ବିଷୟରେ ମଧ୍ୟ ବଖାଣି ଛନ୍ତି।
ପଶ୍ଚିମବଙ୍ଗ ହେବ ଶାନ୍ତିର ରାଜ୍ୟ। ରାଜ୍ୟରୁ ସମ୍ପୂର୍ଣ୍ଣ ରୂପେ ଦୁର୍ନୀତି ହଟିବ। ବଙ୍ଗଳାରେ ରହୁଥିବା ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ସମ୍ପୂର୍ଣ୍ଣ ରୂପେ ବାହାର କରାଯିବ । ଏକ ସାମ୍ବାଦିକ ସମ୍ମିଳନୀରେ, ବାଂଲାଦେଶୀ ଅନୁପ୍ରବେଶକାରୀ ବିଷୟ ଉପରେ ଗୁରୁତ୍ୱାରୋପ କରି ଏଭଳି କିଛି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ସୂଚନା ମୁତାବକ ମଙ୍ଗଳବାର ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଅମିତ ଶାହ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛନ୍ତି । ଯେଉଁଥିରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ୨୦୨୬ରେ ବଙ୍ଗଳା ରେ ବିଜେପି ସରକାର ଗଠନ କରିବ। ଏହାଦ୍ୱାରା ରାଜ୍ୟରେ ୧୫ ବର୍ଷ ଧରି ଚାଲିଥିବା ମହିଳା ଦୁଷ୍କର୍ମ, ଭ୍ରଷ୍ଟାଚାର ଏବଂ ଅନୁପ୍ରବେଶକାରୀଙ୍କ ଅନ୍ତ ଘଟିବ ବୋଲି ଶାହ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନୁପ୍ରବେଶକାରୀଙ୍କ ସମସ୍ୟା କେବଳ ଏକ ରାଜ୍ୟର ନୁହେଁ ବରଂ ଏହା ଜାତୀୟ ପ୍ରସଙ୍ଗ ମଧ୍ୟ। ଦେଶର ସୁରକ୍ଷା ସହ ଏହା ଜଡିତ । ଦେଶର ସଂସ୍କୃତିକୁ ରକ୍ଷା କରିବାକୁ ହେଲେ ପଶ୍ଚିମବଙ୍ଗ ଦେଇଥିବା ସୀମାକୁ ସିଲ୍ କରିବା ଅତ୍ୟନ୍ତ ଆବଶ୍ୟକ । ଆଉ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେବଳ ଏହା ସମ୍ଭବ ହୋଇପାରିବ।
ଏହା ସହିତ ଗୃହମନ୍ତ୍ରୀ ଅମିତ ଶାହ ଡିସେମ୍ବର ୩୦କୁ ମନେ ପକାଇ କହିଛନ୍ତି ଯେ, ଏହା ସମସ୍ତ ଭାରତୀବାସୀଙ୍କ ପାଇଁ ଅତ୍ୟନ୍ତ ଗର୍ବର ଦିନ । ବିଗତ ୧୯୪୩ରେ ଆଜିର ଦିନରେ ସୁଭାଷ ଚନ୍ଦ୍ର ବୋଷ ପୋର୍ଟ ବ୍ଲେୟରରେ ପ୍ରଥମ ଥର ସ୍ୱାଧିନ ଭାରତର ପତାକା ଉଡାଇଥିଲେ । ଏହା ଭାରତୀୟ ସ୍ୱାଧିନତା ସଂଗ୍ରାମର ଏକ ବଡ ଉପଲବ୍ଧି ଥିଲା । ଏବଂ ଏହା ସହିତ ଭବିଷ୍ୟତରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବା ନେଇ ନିଶ୍ଚିତ କରିଛନ୍ତି ଅମିତ ଶାହ।

