Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ ସତରେ ଜାନକୀ ବଲ୍ଲଭ ପଟ୍ଟନାୟକ ଆଧୁନିକ ଓଡିଶାର ନିର୍ମାତା!

ଭୁବନେଶ୍ୱର,3।1: ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀ । ଏହି ଅବସରରେ, କଂଗ୍ରେସ ପକ୍ଷରୁ ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲ ପଡିଆରେ ଏକ ବିରାଟ ସମାରୋହର ଆୟୋଜନ କରାଯାଇଥିଲା। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ଅନ୍ୟନ୍ୟ ପ୍ରମୁଖ ନେତା ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ଜାନକୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଏହି ଅବସରରେ କଂଗ୍ରେସ ପକ୍ଷରୁ ଜାନକୀଙ୍କ ଓଡ଼ିଶାର ଉନ୍ନତି ରେ ରହିଥିବା ଅବଦାନ ର ସ୍ମୃତି ବଖାଣିଛନ୍ତି। ଚାରିଆଡେ ଜାନକୀଙ୍କ ପୋଷ୍ଟର ଆଧୁନିକ ଓଡିଶାର ନିର୍ମାତା କହି ମରାଯାଇଥିବାର ଦେଖାଯାଇଛି। କଂଗ୍ରେସ ର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର ଉନ୍ନତି ପଛରେ ଜାନକୀଙ୍କ ଅବଦାନ ଅବିସ୍ମରଣୀୟ। ତାଙ୍କୁ ଆଧୁନିକ ଓଡ଼ିଶାର ନିର୍ମାତା ଭାବରେ ଆମେ ମାନୁ। ଓଡ଼ିଶାର ସାଂସ୍କୃତିକ, ରାଜନୈତିକ, ଶିଳ୍ପ, ଶିକ୍ଷା ଏମିତି ଅନେକ କ୍ଷେତ୍ରରେ ତାଙ୍କର ଅବଦାନ ରହିଛି। ଏମିତିକି 1000 ଦିନରେ 1000 ଶିଳ୍ପ ତିଆରି କରିବାର ନିଷ୍ପତ୍ତି ଜାନକୀ ନେଇଥିଲେ ବୋଲି ମଧ୍ୟ କୁହାଯାଉଛି। ସେ ଶିକ୍ଷା କ୍ଷେତ୍ରରେ ଅନେକ ଘରୋଇ ସ୍କୁଲ ଗୁଡିକ ସରକାରୀ ବିଦ୍ୟାଳୟ ରେ ପରିବର୍ତ୍ତନ କରିବାରେ ହେଉ ଅବା ପ୍ରତ୍ୟକ ଜିଲ୍ଲାରେ ବାଳିକା ବିଦ୍ୟାଳୟ ଖୋଲିବ ହେଉ ଯଥେଷ୍ଟ ଅବଦାନ ରହିଛି ଜାନକୀଙ୍କର।

କିନ୍ତୁ ଓଡ଼ିଶାରେ କଂଗ୍ରେସର ଆଧିପତ୍ୟ ଜାନକୀଙ୍କ ପାଇଁ ଯେ ବିସ୍ତାର ହୋଇଥିଲା ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଓଡ଼ିଶାରେ କଂଗ୍ରେସର ପତ୍ତନର କାରଣ ସେ ଥିଲେ ଏ କଥା ମଧ୍ୟ ସତ।

ଜାନକୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ସମୟରେ ବହୁ ଅପରାଧିକ ମାମଲା ଘଟିଛି ଯାହା ପରବର୍ତ୍ତୀ ସମୟରେ ଜାନକୀଙ୍କୁ କ୍ଷମତାଚ୍ୟୁତ କରିବା ସହିତ କଂଗ୍ରେସକୁ ତଳିତଳାନ୍ତ କରିଦେଇଥିଲା। ଛବିରାଣୀ ହତ୍ୟାକାଣ୍ଡ ଏବଂ ଅଞ୍ଜନା ମାମଲା ଏହାର ପ୍ରମୁଖ ଉଦାହରଣ।

1997 ମସିହାର ଘଟଣା ସେତବେଳେ ଓଡ଼ିଶାରେ କ୍ଷମତାରେ ଥିଲା କଂଗ୍ରେସ ଆଉ ମୁଖ୍ୟମନ୍ତ୍ରୀ ଥିଲେ ଜାନକୀ ପଟ୍ଟନାୟକ । ଇନ୍ଦ୍ରଜିତ ରାଏଙ୍କୁ ଅଦ୍ଭୁକେଟ ଜେନେରାଲ ପଦବୀରେ ନିଯୁକ୍ତ କରିଥିଲେ ଜାନକୀ। ସେତବେଳ ଜଣେ ଆଇଏଫଏସ ଅଫିସରଙ୍କ ପତ୍ନୀ ଇନ୍ଦ୍ରଜିତ ବିରୁଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ତଥାପି ଜାନକୀ ତାଙ୍କ ପ୍ରତି କୌଣସି ପ୍ରକାରର ଆକ୍ସନ ନେଇ ନଥିଲେ। ଇନ୍ଦ୍ରଜିତ ଜାନକୀଙ୍କର ଅତି ବିଶ୍ୱସ୍ତ ରହିଥିଲେ। ତେବେ ଇନ୍ଦ୍ରଜିତ ଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଥିବା ସତ୍ତ୍ୱେ ସେ ତାଙ୍କ ପ୍ରତି କୌଣସି କଠୋର ପଦକ୍ଷେପ ନେଇ ନଥିଲେ। କିନ୍ତୁ 1999 ମସିହାରେ ଅନେକ ଅପରାଧିକ କାର୍ଯ୍ୟକଳାପକୁ ନେଇ ଓଡ଼ିଶାରେ ଜାନକୀଙ୍କ ପ୍ରତି ଏକ ପ୍ରକାରର ବିଦ୍ରୋହ ସୃଷ୍ଟି ହୋଇଥିଲା ଯାହା ଫଳରେ ବାଧ୍ୟ ହୋଇ ଜାନକୀଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ଏବଂ ଶେଷରେ ଇନ୍ଦ୍ରଜିତ ରାଏ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ଏବେ ଯାହା ପାଇଁ ଓଡ଼ିଶାରେ କଂଗ୍ରେସର ଅସ୍ତିତ୍ୱ ହଜିଗଲା ଏବେ ତାଙ୍କୁ ଆଧୁନିକ ଓଡ଼ିଶାର ନିର୍ମାତାର ଆଖ୍ୟା ଦିଆଯାଉଛି। ଏହା କେତେ ଦୂର କଂଗ୍ରେସ କ୍ଷମତାକୁ ଆସିବାକୁ ସଫଳ କରିବ? ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ବଦନାମ ଯୋଗୁଁ ହିଁ ନବୀନ ପଟ୍ଟନାୟକ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟା ପାଇଥିଲେ l ଆଉ ଯଦି କଂଗ୍ରେସ କୁ ଓଡ଼ିଶାରେ ଏକ ଦୃଢ଼ ସଂଗଠନ କରିବାର ଅଛି ତାହେଲେ ଇତିହାସ ରେ ନ ବଞ୍ଚି ପରିବର୍ତ୍ତନ କୁ ଆପଣାଇ ଆଗକୁ ବଢିବା କଥା । କଂଗ୍ରେସ ଦଳରେ ସଦସ୍ୟଙ୍କ ମଧ୍ୟରେ ସେଭଳି ଏକତା ପରିଲକ୍ଷିତ ହେଉନି। ଏକଥା ମୋକିମ ମଧ୍ୟ ତାଙ୍କ ଲେଖିଥିବା ଚିଠି ଜରିଆରେ କଂଗ୍ରେସ ର ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ଜଣାଇଥିଲେ। ତେବେ ରାଜନୀତିର ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ କଂଗ୍ରେସ ପକ୍ଷରୁ ଉଦ୍ୟମ କରାଯାଇଥିବା ଏହି ଅଭିନଵ ପ୍ରୟାସ ସଫଳତା ଆଣିବ କି ବିଫଳତା? ତାହା ସମୟ କହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories