Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରମ୍ପ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦେଶ ମୁତାବକ ନିକଟରେ ସାମରିକ କାର୍ଯ୍ୟାନୁଷ୍ଠାନ ଜରିଆରେ ଭେନେଜୁଏଲାର ରାଷ୍ଟ୍ରପତି ଦମ୍ପତି ନିକୋଲସ ମାଦୁରୋ ଓ ସିଲିଆ ଫ୍ଲୋରେସଙ୍କୁ ଅପହରଣ କରି ଆମେରିକା ଅଣାଯାଇଛି। ନ୍ୟୁୟର୍କ ଅଦାଲତରେ ମାଦୁରୋ ଦମ୍ପତିଙ୍କର ଶୁଣାଣି ଚାଲିଛି। ଅପରପକ୍ଷରେ ଟ୍ରମ୍ପ ନିଜକୁ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଘୋଷଣା କରିଛନ୍ତି।

ସାମାଜିକ ଗଣମାଧ୍ୟମ ଟ୍ରୁଥ୍‌ ସୋସିଆଲରେ ଟ୍ରମ୍ପଙ୍କ ଫଟୋକୁ ସ୍ଥାନିତ କରାଯାଇଥିବାବେଳେ ତଳେ ‘ଆକ୍ଟିଂ ପ୍ରେସିଡେଣ୍ଟ ଅଫ୍‌ ଭେନେଜୁଏଲା’ ଲେଖାଯାଇଛି। ଟ୍ରମ୍ପଙ୍କ ୱିକିପିଡିଆରେ କିନ୍ତୁ ଏହି ସୂଚନା ଉପଲବ୍ଧ ହୋଇନଥିବାବେଳେ କୌଣସି ଆନ୍ତର୍ଜାତିକ ସଂସ୍ଥା ଏହାକୁ ସ୍ବୀକୃତି ପ୍ରଦାନ କରିନାହାନ୍ତି। ସୂଚନାଯୋଗ୍ୟ ମାଦୁରୋ ଦମ୍ପତିଙ୍କ ଅପହରଣ ପରେ ଉପରାଷ୍ଟ୍ରପତି ଡେଲ୍‌ସି ରୋଡ୍ରିଗ୍ବେଜ୍‌ଙ୍କୁ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ନିଯୁକ୍ତ କରାଯାଇଛି। ତେବେ ରୋଡ୍ରିଗ୍ବେଜଙ୍କ ଏକ ମନ୍ତବ୍ୟ ଟ୍ରମ୍ପଙ୍କୁ କ୍ଷୁବ୍ଧ କରିଛି। ଅପହରଣ ସତ୍ତ୍ବେ ମାଦୁରୋ ଭେନେଜୁଏଲାର ରାଷ୍ଟ୍ରପତି ପଦ ବଜାୟ ରଖିବାକୁ ହକ୍‌ଦାର ବୋଲି ରୋଡ୍ରିଗ୍ବେଜ କହିଥିଲେ। ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଟ୍ରମ୍ପ କହିଛନ୍ତି ଯେ ରୋଡ୍ରିଗ୍ବେଜ ଯଦି ଆମେରିକାକୁ ସହଯୋଗ ନ କରନ୍ତି, ତେବେ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ