ଫେବୃୟାରୀ ୩ ତାରିଖ ରୁ ଘୁ.ଉଦୟଗିରିରେ ଶୀତ ମହୋତ୍ସବ ତୁଷାର -୨୦୨୬
କନ୍ଧମାଳ, ତା, ୧୪/୦୧:{ସଞ୍ଜୟ କୁମାର ପାଣିଗ୍ରାହୀ}: ଆଦିବାସୀ ଅଧ୍ଯୁଷିତ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ଅଞ୍ଚଳ ର ଲୁପ୍ତ ପ୍ରାୟ କଳା, ସଂସ୍କୃତି, ପରମ୍ପରାକୁ ବଜାୟ ରଖିବା ସହ ଏହାକୁ ଲୋକ ଲୋଚନ କୁ ଆଣିବା ପାଇଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆସନ୍ତା ଫେବୃୟାରୀ ୩ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ଦିନ ବ୍ୟାପୀ ଘୁ. ଉଦୟଗିରି ର କଳିଙ୍ଗ ମିନି ଷ୍ଟାଡିଅମ ପରିସର ରେ ଅନୁଷ୍ଠିତ ହେବ ଶୀତ ମହୋତ୍ସବ ତୁଷାର -୨୦୨୬ l ବ୍ଲକ୍ ପ୍ରଶାସନ ଓ ସହରର ବୁଦ୍ଧିଜୀବୀ,ବ୍ୟବସାୟୀ, ସମାଜସେଵୀ ଙ୍କ ମିଳିତ ଉଦ୍ୟମରେ ଅୟୋଜନ କରାଯାଉଛି l ଏହି ଶୀତ ମହୋତ୍ସବକୁ ସଫଳ କରିବା ପାଇଁ ସମସ୍ତେ ନିଷ୍ଠା ଓ ଆନ୍ତରିକତା ର ସହ ଜୋରଦାର ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି I ଏଥିପାଇଁ ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ସହାୟତା ମିଳିନଥିବା ବେଳେ ସହର ବାସୀ ନିଜେ ଅର୍ଥ ସଂଗ୍ରହ କରି ଆୟୋଜନ କରୁଛନ୍ତି l ଶୀତ ଉତ୍ସବକୁ ଆକର୍ଷଣୀୟ ଓ ଯାକ ଜକମ ରେ ସଫଳତା ର ସହ ଅୟୋଜନ କରିବା ପାଇଁ ବିଡ଼ିଓ, ଏନ୍ ଏ ସି ନିର୍ବାହୀ ଅଧୂକାରୀ, ବିଧାୟକ, ଲୋକ ପ୍ରତିନିଧୂ, ବୁଦ୍ଧିଜୀବୀ, ସମାଜ ସେବୀ,ବ୍ୟବସାୟୀ, ଗଣ ମାଧ୍ୟମ ପ୍ରତିନିଧୂ ସମସ୍ତେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇ କାର୍ଯ୍ୟ କରୁଛନ୍ତି l ମହୋତ୍ସବ ରେ ସ୍ଥାନୀୟ କଳାକାର ଙ୍କୁ ଅଗ୍ରାଧିକାର ଦିଆଯିବା ସହ ରାଜ୍ୟ ଓ ରାଜ୍ୟ ବାହାର କଳାକାର ଆସିବେ । ଏହା ସହ ମିନବଜାର ଓ ବିଭିନ୍ନ ପ୍ରକାର ଘର କରଣା ସାମଗ୍ରୀର ବିଭିନ୍ନ ଷ୍ଟଲ ରହିବ | ଶୀତ ମହୋତ୍ସବକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛି ଆୟୋଜକ କମିଟି ।

