Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଃଖୀ ଦେଶ ତାଲିକାରେ ଶୀର୍ଷରେ ଜିମ୍ବାୱେ; ୧୦୩ରେ ଭାରତ

ଦୁନିଆର ସବୁଠାରୁ ଦୁଃଖୀ ଦେଶଗୁଡିକର ଏକ ତାଲିକା ପ୍ରକାଶ ପାଇଛି। ଏଥିରେ ୧୫୭ ଟି ଦେଶର ମୂଲ୍ୟାଙ୍କନ କରାଯାଇଛି। ଭାରତ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ଅର୍ଥନୀତିଜ୍ଞ ଷ୍ଟିଭ୍ ହାଙ୍କେ ଏହି ତାଲିକା ପ୍ରକାଶ କରିଛନ୍ତି । ମୁଦ୍ରାସ୍ଫୀତି, ବେକାରୀ, ଜିଡିପି ପରିବର୍ତ୍ତନ, ବ୍ୟାଙ୍କ ଋଣ ହାର ଭଳି ଅର୍ଥନୈତିକ ସଙ୍କଟ କାରଣ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି।

ଜିମ୍ବାୱେ ଏହି ତାଲିକାର ଶୀର୍ଷରେ ରହିଛି। ଆଫ୍ରିକୀୟ ଦେଶ ଜିମ୍ବାୱେର ରାଷ୍ଟ୍ରପତିଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ନୀତିକୁ ଏଥିପାଇଁ ଦାୟୀ କରାଯାଇଛି। ଏହି ସୂଚକାଙ୍କ ଅନୁଯାୟୀ ଜିମ୍ବାୱେ ୨୦୨୨ ମସିହାରେ ମୁଦ୍ରାସ୍ଫୀତି ହାର ୨୪.୮ ପ୍ରତିଶତକୁ ଛୁଇଁଛି। ତେବେ ଏହି ଆକଳନ ଅନୁଯାୟୀ ସ୍ୱିଜରଲ୍ୟାଣ୍ଡକୁ ସବୁଠାରୁ ଖୁସି ଦେଶ ବୋଲି ସେ ବର୍ଣ୍ଣନା କରିଛନ୍ତି।

ଏହି ତାଲିକାରେ ଭାରତ ୧୦୩ ତମ ସ୍ଥାନରେ ରହିଛି। ବେରୋଜଗାର ଯୋଗୁଁ ଭାରତର ଲୋକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ, ଦୁଃଖୀ ଦେଶ ତାଲିକାରେ ଏହାର ସଂଖ୍ୟା ୧୦୦ରୁ ଅଧିକ ରହିଛି। ତେବେ ଏହି ତାଲିକାରେ ଭାରତର ପଡୋଶୀ ଦେଶ ପାକିସ୍ତାନ ୩୫ ତମ ସ୍ଥାନରେ ରହିଛି। ପାକିସ୍ତାନରେ ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଉଛି ଏବଂ ଏହାର ଶୋଚନୀୟ ଅବସ୍ଥା ପାଇଁ ଏହାକୁ ପ୍ରାଥମିକ କାରଣ ବୋଲି ବର୍ଣ୍ଣନା କରାଯାଇଛି। ଉଲ୍ଲେଖ ଥାଉ କି, ପାକିସ୍ତାନ ଆର୍ଥିକ ଏବଂ ରାଜନୈତିକ ଅବସ୍ଥା ଏବେ ସଙ୍କଟ ଦେଇ ଗତି କରୁଛି।

ରିପୋର୍ଟ ଅନୁଯାୟୀ ଜିମ୍ବାୱେ, ଭେନେଜୁଏଲା, ସିରିଆ, ଲେବାନନ୍, ସୁଦାନ, ଆର୍ଜେଣ୍ଟିନା, ୟେମେନ, ୟୁକ୍ରେନ, କ୍ୟୁବା, ତୁର୍କୀ, ଶ୍ରୀଲଙ୍କା, ହାଇତି, ଅଙ୍ଗୋଲା, ଟୋଙ୍ଗା ଏବଂ ଘାନା ଦୁନିଆର ୧୫ ଦୁଃଖୀ ଦେଶମାନଙ୍କ ମଧ୍ୟରେ ସ୍ଥାନ ପାଇଛି। ରିପୋର୍ଟକୁ ଆଧାର ଶ୍ରେଷ୍ଠ ୧୫ ଦୁଃଖୀ ଦେଶର ତାଲିକା ପ୍ରକାଶ ପାଇଛି। ହାଙ୍କେ ଟୁଇଟ୍ କରି କହିଛନ୍ତି ଯେ ଅସାଧାରଣ ମୁଦ୍ରାସ୍ଫୀତି, ବେକାରୀ ହାର ବୃଦ୍ଧି, ଋଣ ହାର ଏବଂ ଜିଡିପି ଦୁର୍ବଳ ହେତୁ ଦୁଃଖୀ ଦେଶ ତାଲିକାରେ ଜିମ୍ବାୱେ ଶୀର୍ଷରେ ରହିଛି।

ଏହି ତାଲିକାରେ କ୍ୟୁବା ନଅ ନମ୍ବରରେ ରହିଛି। ତେବେ ରିପୋର୍ଟ ଅନୁଯାୟୀ ସୁଖୀ ଦେଶ ତାଲିକାରେ ଲଗାତାର ୬ ବର୍ଷ ଧରି ଫିନଲ୍ୟାଣ୍ଡ ଶୀର୍ଷରେ ରହିଆସୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ