Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଲଡୁଗାଁ ରେ ଛାୟା ବିଧାନସଭା କାର୍ଯ୍ୟକ୍ରମ।

କଳାହାଣ୍ଡି,୨୦/୦୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ବିଭାଗ ର ନିର୍ଦେଶ ଅନୁସାରେ ଛାତ୍ରଛାତ୍ରୀ ଙ୍କୁ ରାଜ୍ୟ ବିଧାନସଭାର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରାଇବା ପାଇଁ ଛାୟା ବିଧାନସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବୁଦ୍ଧିରାମ ନାଏକ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଦ୍ୟାଳୟ ଆଳୁମନି ସଭାପତି ପଙ୍କଜ ମୁଖ ଚୌଧୁରୀ, ସମ୍ପାଦକ ରବି ନାରାୟଣ ଦାସ, ଲଡୁଗାଁ ସିଆରସିସି ଫାଲଗୁନି ବାଣୁଆ ଅତିଥି ଭାବେ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଝାଡ଼ଖଣ୍ଡ ରାଜ୍ୟର ଛାୟା ବିଧାନସଭା ରେ ଶୀତ କାଳୀନ ବିଧାନସଭା ରେ ଶାସକ ଓ ବିରୋଧୀ ଦଳ ର ପରିଚାଳନା ର ନାଟକୀୟ ରୂପରେଖ ଦେଖିବା ସହ ଛାତ୍ରଛାତ୍ରୀ ଙ୍କୁ ପ୍ରସଂଶା କରିଥିଲେ। କାର୍ଯ୍ୟକ୍ରମ ରେ ଶିକ୍ଷୟିତ୍ରୀ ସୁଶ୍ରୀ ସ୍ମୃତି ମୟୀ ଦୁର୍ଗା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ନିରଞ୍ଜନ ନିଆଁଲ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ