Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ବଦେଶୀ ସଂକଳ୍ପ ଯାତ୍ରା ରଥ କୁ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା।

କଳାହାଣ୍ଡି,୨୦/୦୧
ଆତ୍ମ ନିର୍ଭର ଭାରତ ବିକଶିତ ଭାରତ ସ୍ବଦେଶୀ ଜାଗରଣ ମଞ୍ଚ ଓଡିଶା ପକ୍ଷରୁ ୧୨ ଜାନୁଆରୀ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଠାରୁ ୨୩ ଜାନୁଆରୀ ସୁଭାଷ ବୋଷ ଜୟନ୍ତୀ ପର୍ଯ୍ୟନ୍ତ ଓଡିଶା ରାଜ୍ୟର ବିଭିନ୍ନ ଜିଲ୍ଲା ର କୋଣ ଅନୁକୋଣରେ ପହଞ୍ଚି ବିଦେଶୀ ଦ୍ରବ୍ଯ ବହିଷ୍କାର କରିବା ବାର୍ତ୍ତା ନେଇ ବାହାରିଥିବା ରଥ ମଙ୍ଗଳବାର କୋକସରା ବ୍ଲକ ରେ ପହଞ୍ଚିଥିବା ବେଳେ କୋକସରା ଜଗନ୍ନାଥ ମନ୍ଦିର ନିକଟରେ ବିଜେପି କର୍ମକର୍ତ୍ତା ମାନେ ରଥ କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ଙ୍କ କୋକସରା ବ୍ଲକ ପ୍ରତିନିଧି ତ୍ରିନାଥ ଶବର, କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ, ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରଧାନୀ,ଆରଏସଏସ ସଦସ୍ୟ କିଶନ ପଟ୍ଟନାୟକ,ଧର୍ମାନନ୍ଦ ନେଗି,ନବୀନ ପ୍ରଧାନୀ,ପଞ୍ଚାନନ ବେଶ୍ରା, ନିଲାଞ୍ଚଲ ରାଉତ,ଧବଳେଶ୍ବର ଗୋପାଳ,କ୍ଷୀରସିନ୍ଧୁ ନେଗି,ଭାବଗ୍ରାହୀ ପ୍ରଧାନୀ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ମୋଟେର ଓ ଆମପାଣି ଠାରେ ମଧ୍ୟ ଏହି ସ୍ବଦେଶୀ ଅଭିଯାନ ରଥ କୁ ସ୍ଵାଗତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ