କୋକସରା ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ଦାବି ଜୋର ଧରିଲା, କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
କଳାହାଣ୍ଡି,୨୧/୦୧
ଆଗାମୀ ଦିନରେ ରାଜ୍ୟରେ ବିଧାନସଭା ନିର୍ବାଚନୀ ମଣ୍ଡଳୀ ପୁନର୍ଗଠନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରା ଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା ପୂର୍ବରୁ ଥିବା କୋକସରା ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପାଇଁ ଅଞ୍ଚଳବାସୀ ଙ୍କ ମଧ୍ୟରେ ଆଶା ଉଜ୍ଜୀବିତ ହୋଇଛି। ୧୯୫୬ ରେ ଗଠିତ ହୋଇଥିବା କୋକସରା ନିର୍ବାଚନ ମଣ୍ଡଳୀ କୁ ୨୦୦୯ ରେ ସୀମା ନିର୍ଦ୍ଧାରଣ ପରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ମିଶ୍ରଣ କରା ଯାଇଥିଲା। କୋକସରା ନିର୍ବାଚନ ମଣ୍ଡଳୀ ରୁ ୧୨ ଥର ନିର୍ବାଚନ ଓ ୧୯୭୧ ରେ ଉପ ନିର୍ବାଚନ ହୋଇଥିଲା। ବର୍ତ୍ତମାନ ରାଜ୍ୟ ରେ ବିଧାନସଭା ଆସନ ୨୦୦ ଛୁଇଁବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆକଳନ କରାଯାଇଛି। ଏହାକୁ ନେଇ କୋକସରା ଅଞ୍ଚଳବାସୀ ପୁନର୍ବାର କୋକସରା ନିର୍ବାଚନ ମଣ୍ଡଳୀ ପାଇଁ ଦାବି ଜୋର ଧରିଛି।
ବୁଧବାର କୋକସରା ସଦର ଶିବ ମନ୍ଦିର ପରିସରରେ କୋକସରା ଅଞ୍ଚଳର ଜନ ପ୍ରତିନିଧି, ସଚେତନ ନାଗରିକ, ବୁଦ୍ଧିଜୀବୀ ଯୁବଗୋଷ୍ଠି ଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଏହି କ୍ରମ ରେ କୋକସରା ନିର୍ବାଚନ ମଣ୍ଡଳୀ କ୍ରିୟାନୁଷ୍ଠାନ କମିଟି ର ଗଠନ କରାଯାଇଛି। ଏହି କମିଟି ରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଓ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଙ୍କ ନେତୃତ୍ୱରେ କୋକସରା ବ୍ଲକ ର ୨୨ ପଞ୍ଚାୟତ ର ଜନ ସାଧାରଣ ଙ୍କୁ ଜଡିତ କରି ଆଗାମୀ ଦିନରେ ଜନ ସଚେତନତା ଓ ରାଜ୍ୟ ସରକାରଙ୍କ ନିକଟରେ ନିର୍ବାଚନ ମଣ୍ଡଳୀ ଦାବି ନେଇ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ବୈଠକରେ ପୂର୍ବତନ ଧର୍ମଗଡ ବିଧାୟକ ମୌଷଧି ବାଗ, ବରିଷ୍ଠ ଶିକ୍ଷାବିଦ ମିନିକେତନ ପ୍ରଧାନୀ, ବରିଷ୍ଠ ନେତା ପୁରୁଷୋତ୍ତମ ଗୁପ୍ତା, ସଚେତନ ନାଗରିକ ଶ୍ରୀନିବାସ ପ୍ରଧାନୀ,ରାମଚନ୍ଦ୍ର ପାଣିଗ୍ରାହୀ,ପଞ୍ଚକ ପୋଢ଼,ବିଶ୍ବମ୍ବର ଶବର,ଧବଳେଶ୍ବର ନାଗ,ତ୍ରିଭୁବନ ନାଏକ, କେଶବ ଚନ୍ଦ୍ର ନାଏକ, ନବୀନ ନାଏକ, ଧର୍ମାନନ୍ଦ ନେଗି, ବିଶ୍ୱନାଥ ପଟ୍ଟନାୟକ,ସନତ କୁମାର ପ୍ରଧାନୀ, ରବି ନାରାୟଣ ଦାସ, ସଞ୍ଜୟ ସିଂହଳ, କ୍ଷୀରସିନ୍ଧୁ ନେଗି, ସଚିନ ଗୁପ୍ତା,ମାନସ ବେହେରା, କ୍ଷୀରସିନ୍ଧୁ ପ୍ରଧାନୀ ସମେତ ଶତାଧିକ ଯୁବକ ଗୋଷ୍ଠି ଓ ଜନ ସାଧାରଣ ଉପସ୍ଥିତ ରହି କୋକସରା ନିର୍ବାଚନ ମଣ୍ଡଳୀ ଦାବି କୁ ଆଗାମୀ ଦିନରେ ତୃଣମୂଳ ସ୍ତରରୁ ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଦାବି କରିଥିଲେ।

