Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଅଶୋକ ଚକ୍ର ସମ୍ମାନ

ନୂଆଦିଲ୍ଲୀ,୨୬।୧: ଗ୍ରୁପ୍ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲାଙ୍କୁ ଅଶୋକ ଚକ୍ରରେ ସମ୍ମାନିତ କରାଯିବ । ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ (ଆଇଏସଏସ)ର ଐତିହାସିକ ମହାକାଶ ମିଶନ ଯାତ୍ରା ପାଇଁ କରାଯିବ ସମ୍ମାନ । ଶୁଭାଂଶୁ ଶୁକ୍ଳା ଏସି ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଏବଂ ପରୀକ୍ଷଣ ପାଇଲଟ୍ ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର ଗଗନ୍ୟାତ୍ରୀ (ମହାକାଶଚାରୀ) । ମହାକାଶ ଯାତ୍ରା କରିବା ସମୟରେ ଶୁଭାଂଶୁ ଶୁକ୍ଲା ଅନେକ କଠିନ ପରିସ୍ଥିତିର ସାମ୍ନା କରିଥିଲେ ଏବଂ ଭାରତକୁ ପାଇଁ ଗର୍ବ ଅର୍ଜନ କରିଥିଲେ। ତାଙ୍କର ଏହି ଅସାଧାରଣ ଓ ଅପ୍ରତ୍ୟାଶିତ ସଫଳତାକୁ ଦେଖିତାଙ୍କୁ ଅଶୋକ ଚକ୍ରରେ ସମ୍ମାନିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ସୂଚନା ଯୋଗ୍ୟ ଯେ, ଶୁଭାଂଶୁ ଶୁକ୍ଲାଙ୍କ ସମେତ ଅନ୍ୟ ତିନିଜଣ ମହାକାଶ ଯାତ୍ରୀ ଅକ୍ସିଓମ-୪ ମିଶନରେ ଆଇଏସ୍‌ଏସ୍ ଯାତ୍ରା କରିଥିଲେ । ସେ ଗତ ୨୦୨୫ ଜୁନ୍ ୨୫ରେ ମହାକାଶ ଅଭିମୁଖେ ଯାତ୍ରା କରିଥିଲେ । ସବୁଠାରୁ ବିଶେଷ କଥା ହେଉଛି ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କ ପରେ ମହାକାଶ ଯାତ୍ରା କରିବାରେ ଶୁଭାଂଶୁ ଶୁକ୍ଳା ହେଉଛନ୍ତି ଦ୍ଵିତୀୟ ଭାରତୀୟ।

ତେବେ ଶୁଭାଂଶୁଙ୍କ ଏହି ମହାକାଶ ମିସନ୍ ଯାତ୍ରା ଐତିହାସିକ ପୂର୍ଣ୍ଣ ରହିଥିଲା। ଦୀର୍ଘ ୨୦ ଦିନ ମହାକାଶରେ ରହିବା ପରେ ସେ ଜୁଲାଇ ୧୪ରେ ପୃଥିବୀକୁ ସୁରକ୍ଷିତ ଅବସ୍ଥାରେ ଫେରିଥିଲେ। ଏହି ସମୟରେ ସେ ୬୦ରୁ ଅଧିକ ଗବେଷଣା କରିଥିଲେ, ଯେଉଁଥିରେ ଜୈବିକ ଚିକିତ୍ସା ବିଜ୍ଞାନ, କୃଷି ଓ ଅନ୍ୟାନ୍ୟ ବୈଜ୍ଞାନିକ କ୍ଷେତ୍ର ସହ ଜଡ଼ିତ ଗବେଷଣା ସାମିଲ ରହିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ