Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାହିତ୍ୟ, ଶିକ୍ଷା ଓ କଳା କ୍ଷେତ୍ରରେ ୪ ଓଡ଼ିଆଙ୍କୁ ପଦ୍ମଶ୍ରୀ ସମ୍ମାନ

ଭୁବନେଶ୍ୱର,୨୬।୧: କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ମାନଜନକ ପଦ୍ମ ସମ୍ମାନ ଘୋଷଣା କରାଯାଇଛି। ଏଥିପାଇଁ ଓଡ଼ିଶାରୁ ୪ ଜଣ ବରେଣ୍ୟ ବକ୍ତିତ୍ବ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି । ସେମାନେ ହେଉଛନ୍ତି ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ସୀମାଞ୍ଚଳ ପାତ୍ର ଏବଂ ଶରତ କୁମାର ପାତ୍ର। ସାହିତ୍ୟ, ଶିକ୍ଷା ଓ କଳା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସେମାନଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବ ବର୍ଷ ଭଳି ଏଥର ବି ଓଡ଼ିଶାରୁ ଚାରି ଜଣଙ୍କୁ ପଦ୍ମଶ୍ରୀ ଉପାଧି ଦେବା ପାଇଁ କେନ୍ଦ୍ର ସରକାର ମନୋନୀତ କରିଛନ୍ତି।

ସୂଚନା ଅନୁସାରେ, ଚଳିତ ବର୍ଷ ୨୦୨୬ରେ ମୋଟ ୧୩୧ ଜଣ ପଦ୍ମ ପୁରସ୍କାର ପାଇବେ। ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ, ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ତେବେ ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ।

ସାହିତ୍ୟ ଓ ଶିକ୍ଷାରେ ଚରଣ ହେମ୍ବ୍ରମ, ଏବଂ ମହେନ୍ଦ୍ର କୁମାର ମିଶ୍ରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ସେହିପରି କଳା କ୍ଷେତ୍ରରେ ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ରଙ୍କୁ ପଦ୍ମଶ୍ରୀ ମିଳିବ । ଚରଣ ହେମ୍ବ୍ରମ୍ ଜଣେ ବିଶିଷ୍ଟ ସାନ୍ତାଳୀ ଲେଖକ । ଏବଂ ସୀମାଞ୍ଚଳ ପାତ୍ର ହେଲେ ସଖୀ ନାଟ ଥିଏଟର କଳାକାର ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ