Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଏମ୍‌ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ୭୭ ତମ ଗଣତନ୍ତ୍ର ଦିବସ ପାଳନ।

କଳାହାଣ୍ଡି,୨୬/୦୧
ପିଏମ୍‌ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ୭୭ ଭବାନୀପାଟଣା ଠାରେ ୭୭ତମ ଗଣତନ୍ତ୍ର ଦିବସ ହର୍ଷୋଲ୍ଲାସ ସହ ପାଳିତ
ହୋଇଯାଇଛି। ସକାଳ ୮ ଘଣ୍ଟା ରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଅଧ୍ୟକ୍ଷ ପିଏମ୍‌ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭୀମସେନ ପଣ୍ଡା ଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏହା ପରେ ଜାତୀୟ ସଙ୍ଗୀତ ଜନ ଗଣ ମନ ସମୂହ ଗାନ କରାଯାଇଥିଲା।
ଏହି ଅବସରରେ ବାଲ ବାଟିକା ଠାରୁ ମାଧ୍ୟମିକ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଦେଶଭକ୍ତିରେ ପରିପୂର୍ଣ୍ଣ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ—ଦେଶଭକ୍ତିମୂଳକ ଗୀତ, ଗୋଷ୍ଠୀ ନୃତ୍ୟ, ଯୋଗ ପ୍ରଦର୍ଶନ ଓ ପ୍ରେରଣାଦାୟକ ଭାଷଣ—ପ୍ରସ୍ତୁତ କରି ସଭା ସଦସ୍ୟମାନଙ୍କୁ ଆକୃଷ୍ଟ କରିଥିଲେ।ମୁଖ୍ୟ ଅତିଥି ଭୀମସେନ ପଣ୍ଡା ତାଙ୍କର ଉଦ୍‌ବୋଧନରେ ଭାରତୀୟ ସଂବିଧାନର ମୂଳ୍ୟବୋଧ, ଜାତୀୟ ଏକତା ଓ ଅଖଣ୍ଡତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଛାତ୍ରଛାତ୍ରୀ ମାନଙ୍କୁ ଏକ ଶିଷ୍ଟ ଓ ଦାୟିତ୍ୱଶୀଳ ଓ ସଚେତନ ନାଗରିକ ଭାବେ ଗଢ଼ିଉଠିବାକୁ ଆହ୍ୱାନ ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକବୃନ୍ଦ, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ବଡ଼ ସଂଖ୍ୟାରେ ଉପସ୍ଥିତ ଥିଲେ। ସମାରୋହର ସମାପନ ଧନ୍ୟବାଦ ଜ୍ଞାପନ, ଜାତୀୟ ଗୀତ ଓ ମିଷ୍ଟାନ୍ନ ବିତରଣ ସହ ଦେଶଭକ୍ତି ଓ ସୌହାର୍ଦ୍ୟର ପରିବେଶରେ ଅନୁଷ୍ଠିତ ହୋଇଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ