ଆସାମରେ ଡଙ୍ଗା ବୁଡ଼ି ୬ ନିଖୋଜ! ଘଟଣାସ୍ଥଳରେ ଏନଡିଆରଏଫ, ଏସଡିଆରଏଫଙ୍କ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି
ଆସାମ,୨୮।୧ : ବ୍ରହ୍ମପୁତ୍ର ନଦୀରେ ଏକ ଡଙ୍ଗା ବୁଡ଼ି ଛଅ ଜଣ ନିଖୋଜ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଏନଡିଆରଏଫ, ଏସଡିଆରଏଫଙ୍କ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆସାମ ବାରପେଟା ଜିଲ୍ଲା ଅନ୍ତର୍ଗତ ରାହାମପୁର ଅଞ୍ଚଳରେ ଏକ ଅଘଟଣ ଘଟିଛି । ଯେଉଁଠାରେ ବ୍ରହ୍ମପୁତ୍ର ନଦୀରେ ଏକ ଡଙ୍ଗା ବୁଡ଼ି ଛଅଜଣ ନିଖୋଜ ଅଛନ୍ତି ।
ଏହି ଘଟଣାରେ ବାରପେଟା ଜିଲ୍ଲାର ବରିଷ୍ଠ ପୋଲିସ ଅଧିକ୍ଷକ ସୁଶାନ୍ତ ବିଶ୍ୱ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏନଡିଆରଏଫ,ଏସଡିଆରଏଫ ଦଳ ଏବଂ ପୁଲିସ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଅନ୍ୟପଟେ, ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ଡଙ୍ଗାରେ ଲାଇଫ ଜ୍ୟାକେଟ୍ ନଥିଲା । ତେବେ ନଦୀର ସ୍ରୋତ ପ୍ରଖର ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଏହି ଘଟଣା ପରେ ସୁରକ୍ଷା କୁ ନେଇ ପ୍ରଶ୍ନ ଉଠିଛି । ଦାୟିତ୍ଵରେ ଅବହେଳା ଏବଂ ସୁରକ୍ଷା ନିୟମ ପାଳନ ଉପରେ ଚିନ୍ତା ସୃଷ୍ଟି କରୁଛି ।

