ସିନେମାରେ ଆଉ ସୁଭିବନି ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତଙ୍କ ସ୍ୱର!
ନୂଆଦିଲ୍ଲୀ,୨୮।୧: ଆଉ ସିନେମାରେ ଶୁଭିବନି ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତଙ୍କ ସ୍ବର । ସିନେମାରେ ଗୀତ ଗାଇବେନି ଅରିଜିତ ସିଂ । ବଲିଉଡର ଅନେକ ହିଟ ସିନେମାରେ ଗୀତ ଗାଇ ଫ୍ୟାନସ ମାନଙ୍କ ପ୍ରଶଂସା ସାଉଁଟିଥିବା ଅରିଜିତ ପ୍ଲେ ବ୍ୟାକ ସିଙ୍ଗର ଭାବେ ଆଉ କୌଣସି ସିନେମାରେ କାମ କରିବେନି । ଏଭଳି ଏକ ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ଅରିଜିତ । ନିଜ ସୋସିଆଲ ମିଡିଆରେ ଏପରି ଘୋଷଣା କରିଛନ୍ତି ଅରିଜିତ । ତେବେ ସିନେ ସଙ୍ଗୀତରେ ବ୍ରେକ୍ ନେବା ନେଇ ଅରିଜିତଙ୍କ ଘୋଷଣା ପରେ ହତବାକ୍ ହୋଇଯାଇଛନ୍ତି ତାଙ୍କ ପ୍ରଶଂସକ ।
ନୂଆବର୍ଷରେ ଏହି ନିରାଶା ପୂର୍ଣ୍ଣ ଖବରରେ କୋଟି କୋଟି ପ୍ରଶଂସକ ମନ ଦୁଃଖ ହୋଇଥିବା ବେଳେ ଫ୍ୟାନସ ମାନଙ୍କ ଅଜସ୍ର ସ୍ନେହ ଓ ଶ୍ରଦ୍ଧା ପାଇଁ ଧନ୍ୟବାଦ ଦେଇଛନ୍ତି ଅରିଜିତ। ସେ ଲେଖିଛନ୍ତି- ଏବେଠାରୁ ଆଉ କୌଣସି ନୂଆ କାମ କରିବି ନାହିଁ । କଣ୍ଠଶିଳ୍ପୀ ଯାତ୍ରାକୁ ଏହି ଠାରେ ହିଁ ବିରାମ ଦେଉଛି । ଏହା ମୋ ପାଇଁ ଏକ ଚମତ୍କାର ଯାତ୍ରା ଥିଲା । ଏହା ସହିତ ଅରିଜିତ ସ୍ପଷ୍ଚ କରିଛନ୍ତିଯେ, ସେ ପୁରୁଣା ଚୁକ୍ତି ସବୁ ପୂରା କରିବେ କିନ୍ତୁ ସଙ୍ଗୀତକୁ ଛାଡ଼ିବେ ନାହିଁ ।

