Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାରାଷ୍ଟ୍ରର, ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ସୁନେତ୍ରା ପୱାର

ମହାରାଷ୍ଟ୍ର,୩୧।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ସୁନେତ୍ରା ପୱାର । ପ୍ରସ୍ତାବକୁ ମିଳିଲା ସ୍ଵୀକୃତି। ଅଜିତ ପୱାରଙ୍କ ମୃତ୍ୟୁ ପରେ ପତ୍ନୀ ସୁନେତ୍ରା ପୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଆସନ ଦେବାକୁ ଦଳର ବରିଷ୍ଠ ନେତାମାନେ ପ୍ରସ୍ତାବ ଦେଇଥିଲେ । ଆଉ ଏବେ ପ୍ରସ୍ତାବ ନିଷ୍ପତ୍ତି ଗ୍ରହଣ ହୋଇଛି। ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ସୁନେତ୍ରା ପୱାର । ଆଜି ସନ୍ଧ୍ୟା ୫ଟାରେ ସୁନେତ୍ରା ଶପଥ ନେବେ ।

ଏହି ଶପଥ ଗ୍ରହଣ ସମାରୋହ ପରେ, ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ବନିବେ ସୁନେତ୍ରା ପୱାର । ସେ ବର୍ତ୍ତମାନ ମହାରାଷ୍ଟ୍ରରୁ ରାଜ୍ୟସଭା ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି । ସେ, ଲୋକସଭା ନିର୍ବାଚନରେ ବାରାମତୀରୁ ସୁପ୍ରିୟା ସୋଲେଙ୍କ ବିପକ୍ଷରେ ଏନସିପିର ପ୍ରାର୍ଥୀ ଥିଲେ । ସୂଚନା ଅନୁସାରେ, ସୁନେତ୍ରା ପୱାର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ସହିତ ଅଜିତଙ୍କ ଦାୟିତ୍ଵରେ ଥିବା ଅବକାରୀ ଏବଂ କ୍ରୀଡ଼ା ବିଭାଗ ମଧ୍ୟ ସମ୍ଭାଳିବେ । ତେବେ ଅର୍ଥ ବିଭାଗ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ପାଖରେ ରହିବ । ଯେହେତୁ ଆସନ୍ତା ମାର୍ଚ୍ଚରେ ବଜେଟ ଅଧିବେଶନ ହେବାର ରହିଛି ତେଣୁ ଏହା
ଫଡନାଭିସଙ୍କ ପାଖରେ ରହିବ । କିନ୍ତୁ ପରେ ଏହା ଏନସିପି ଅଧୀନରେ ରହିବ। ତେବେ ଆସନ୍ତା ଫେବୃଆରୀ ୭ ତାରିଖରେ ପୁଣେ ଜିଲ୍ଲା ପରିଷଦ ନିର୍ବାଚନ ହେବାକୁ ଯାଉଛି । ତା ପୂର୍ବରୁ ଦଳର ଦିଗ ନିର୍ଣ୍ଣୟ କରିବା ପାଇଁ ଦଳର ବରିଷ୍ଠ ନେତାମାନେ ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବ ପରେ ପୱାର ପରିବାର ମଧ୍ୟରେ ଆଲୋଚନା ହୋଇଥିଲା । ଦୁଇପୁଅ ଜୟ ଏବଂ ପାର୍ଥ ପୱାରଙ୍କର ରାଜନୀତି ପ୍ରତି ସେତିକି ସମର୍ଥ ହୋଇପାରେ ନଥିବାରୁ ସେ‌ମାନଙ୍କ କଥା ବିଚାର ଭିତରକୁ ଆସି ନଥିଲା । ଆଲୋଚନା ହେବା ପରେ ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ କରିବାକୁ ରାଜି ହୋଇଥିଲେ । ଶନିବାର ସନ୍ଧ୍ୟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories