ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ଟି ବାଇକକୁ ଧକ୍କା ଦେଲା ଟ୍ରକ; ଚାଲିଗଲା ୫ଜୀବନ
ବ୍ରହ୍ମପୁର,୩୧।୧: ବ୍ରହ୍ମପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଉପରେ ମାଡିଗଲା ଟ୍ରକ । ଚାଲିଗଲା ୫ଜଣଙ୍କ ଜୀବନ । ବ୍ରହ୍ମପୁରର, ହଳଦିଆପଦର ଓଭର ବ୍ରିଜ୍ ନିକଟରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ହଳଦିଆପଦର ଓଭରବ୍ରିଜ୍ ଉପରେ ଆଜି ଦିନ ୧ଟା ବେଳେ ସମ୍ମୁଖ ପଟୁ ଆସୁଥିବା ଏକ ଟ୍ରକ ୩ ଟି ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୫ ଜଣଙ୍କ ଜୀବନ ଚାଲିଯାଇଛି। ଏବଂ ଏକରୁ ଅଧିକା ଆହତ ହୋଇଛନ୍ତି । ଏହା ପରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଘଟଣା ସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

