Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁଦ୍ଧ ବିରତି ପ୍ରସଙ୍ଗରେ ଆଲୋଚନା ପାଇଁ ପୁଟିନ କରିଥଲେ ନିମନ୍ତ୍ରଣକୁ; ମସ୍କୋ ଯିବାକୁ ମନା କଲେ ଜେଲେନ୍‌ସ୍କି! କହିଲେ ଜୀବନ ପ୍ରତି ବିପଦ ଅଛି

ଯୁଦ୍ଧ ବିରତି ପ୍ରସଙ୍ଗରେ ଆଲୋଚନା କରିବା ନେଇ ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ତରଫରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନ୍‌ସ୍କିଙ୍କୁ ନିମନ୍ତ୍ରଣ କରଯାଇଥିଲା। ତେବେ ଏହି ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଜେଲେନ୍‌ସ୍କି । ଗୁରୁବାର ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ଜେଲେନ୍‌ସ୍କି କହିଛନ୍ତି ଯେ, ଯଦି ସେ ଆଲୋଚନା ପାଇଁ ମସ୍କୋ ଯିବେ, ତେବେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଯୁଦ୍ଧ ବନ୍ଦ ପ୍ରସଙ୍ଗରେ ସେ ପୁଟିନ କିମ୍ବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିବାକୁ ରାଜି ଅଛନ୍ତି, କିନ୍ତୁ ଏହି ଆଲୋଚନା ରୁଷ୍‌ ବ୍ୟତୀତ ଅନ୍ୟ ଯେକୌଣସି ରାଷ୍ଟ୍ରରେ ଆୟୋଜନ କରାଯିବାକୁ ଜେଲେନ୍‌ସ୍କି ସର୍ତ୍ତ ରଖିଛନ୍ତି।
ଅନ୍ୟପକ୍ଷରେ, ଶାନ୍ତିି ଆଲୋଚନା ପାଇଁ ପୁଟିନ ୟୁକ୍ରେନ ଆସନ୍ତୁ ବୋଲି ଜେଲେନ୍‌ସ୍କି ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ଜେଲେନ୍‌ସ୍କି ଆହୁରି କହିଛନ୍ତି ଯେ, ରୁଷ୍‌ ଯେ ପର୍ଯ୍ୟନ୍ତ ୟୁକ୍ରେନ ଉପରେ ଆକ୍ରମଣ କରିବା ବନ୍ଦ ନ କରିଛି, ସେ ପର୍ଯ୍ୟନ୍ତ ୟୁକ୍ରେନ ମଧ୍ୟ ଯୁଦ୍ଧରୁ ବିରତ ହେବ ନାହିଁ । ଏବେ ରୁଷ-ୟୁକ୍ରେନ ସୀମାରେ ପ୍ରବଳ ତୁଷାରପାତ ଜାରି ରହିଛି। ଏହି ପରିସ୍ଥିତିରେ ୟୁକ୍ରେନ ବିରୋଧୀ ଯୁଦ୍ଧକୁ ଅତି କମରେ ଏକ ସପ୍ତାହ ସ୍ଥଗିତ ରଖିବାକୁ ପୁଟିନ ରାଜି ଥିବା ଟ୍ରମ୍ପଙ୍କ ସୂତ୍ରରୁ ଜଣାପଡିଛି।

ତେବେ ସପ୍ତାହବ୍ୟାପୀ ଅସ୍ତ୍ରବିରତି ସମ୍ପର୍କରେ ରୁଷ୍‌ ତରଫରୁ କୌଣସି ସୂଚନା ମିଳିନଥିବା ଜେଲେନ୍‌ସ୍କି କହିଛନ୍ତି। ବର୍ତ୍ତମାନ ଋଷ-ୟୁକ୍ରେନରେ ସର୍ବନିମ୍ନ ତାପମାତ୍ରା ବର୍ତ୍ତମାନ ବିଯୁକ୍ତ ୨୦ ଡିଗ୍ରୀ ସେଲସିୟସ ରହିଛି। ରୁଷ୍‌ ଆକ୍ରମଣରେ ୟୁକ୍ରେନର ବିଦ୍ୟୁତ୍‌ ଗ୍ରିଡ୍‌ଗୁଡିକ ନଷ୍ଟ ହୋଇଥିବାରୁ ରାଜଧାନୀ ସମେତ ଅନେକ ପ୍ରମୁଖ ସହରରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଛି। ଏହା ସହିତ ରୁମ୍‌ ହିଟର ମଧ୍ୟ ଅକାମୀ ହୋଇଛି । ପ୍ରବଳ ଥଣ୍ଡାରେ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ସେପଟେ ୟୁକ୍ରେନର ଡୋନେସ୍କ୍‌ ଅଞ୍ଚଳ ଯଦି ରୁଷ୍‌ ଅଧିନକୁ ଯାଏ , ତେବେ ଶାନ୍ତି ଆଲୋଚନା ଆଗକୁ ବଢିବ ବୋଲି ପୁଟିନ କହିଛନ୍ତି। ଅନ୍ୟପଟେ,ୟୁକ୍ରେନ ତାହାର ଗୋଟିଏ ଇଞ୍ଚ ମଧ୍ୟ ଜମି ରୁଷ୍‌କୁ ହସ୍ତାନ୍ତର କରିବ ନାହିଁ ବୋଲି ସ୍ପଷ୍ଟ କରିସାରିଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ