Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଜିଆବାଦରେ ଚାଞ୍ଚଲ୍ୟକର ଘଟଣା, ବାପା ମାଆ ଗେମ୍ ଖେଳିବାକୁ ବାରଣ କରିବାରୁ ୯ ମହଲାରୁ ଡେଇଁ ୩ ଭଉଣୀଙ୍କ ଆତ୍ମହତ୍ୟା

ଉତ୍ତରପ୍ରଦେଶ,୫।୨: ଉତ୍ତରପ୍ରଦେଶରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ଅନଲାଇନ୍ ଗେମ୍ ପାଇଁ ଆତ୍ମହତ୍ୟା କରିଛନ୍ତି ନାବାଳିକା । ଜଣେ ନୁହେଁ କି ଦୁଇଜଣ ନୁହେଁ ଏକାସଙ୍ଗେ ଜୀବନ ହାରିଛନ୍ତି ୩ ଭଉଣୀ । ଉତ୍ତର ପ୍ରଦେଶ ଗାଜିଆବାଦରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଆପାର୍ଟମେଣ୍ଟର ନବମ ମହଲାରୁ ଡେଇଁ ୩ ଭଉଣୀ ଆତ୍ମହତ୍ୟା କରିଛନ୍ତି । ତେବେ ସମସ୍ତ ତିନି ଭଉଣୀ ହେଉଛନ୍ତି ନାବାଳିକା ସେମାନଙ୍କ ବୟସ ଯଥାକ୍ରମେ ୧୨, ୧୪ ଓ ୧୬ ବର୍ଷ । ଅନଲାଇନ୍ ଗେମ୍‌ ଖେଳିବାକୁ ବାପା ମାଆ ବାରଣ କରିବାରୁ ଏଭଳି ଚରମ ପଦକ୍ଷେପ ନେଲେ ତିନି ଭଉଣୀ। ସୁଚନା ଅନୁସାରେ, ମୃତ ତିନି ଭଉଣୀ କୋରିଆନ୍ ଲଭ୍ ର ଗେମ୍ ନାମକ ଏକ ଅନଲାଇନ୍ ଟାସ୍କରେ ମାତିଥିଲେ । ଏପରିକି ଅନଲାଇନ୍ ଗେମ୍ ପାଇଁ ସବୁଦିନ ସ୍କୁଲ ମଧ୍ୟ ବନ୍ଦ କରୁଥିଲେ। ଯାହାକୁ ନେଇ ବାପା ମାଆ ଚିନ୍ତିତ ହୋଇ ଗେମ୍ ଖେଳିବାକୁ ବାରଣ କରିଥଲେ। ଯେଉଁଥିରୁ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ତିନି ଭଉଣୀ।

ତେବେ ପୋଲିସ ଏହି ଆତ୍ମହତ୍ୟା ଘଟଣାର ତଦନ୍ତ କରିବା ସମୟରେ ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ଓ ଡାଏରୀ ଜବତ କରିଥିବା ଜଣାପଡ଼ିଛି।

ଯେଉଁ ନୋଟରେ ତିନି ଭଉଣୀ ଲେଖିଛନ୍ତି, “ମାମା ପାପା ଆମେ ତୁମକୁ ବହୁତ ଭଲପାଉ । କିନ୍ତୁ ଆମେ ଦୁଃଖିତ। ଡାଏରୀରେ ଏହା ମଧ୍ୟ ଲେଖା ଥିଲା, “ଓ୍ୱି ଲଭ୍ କୋରିଆନ୍ ଗେମ୍” । ଆମେ କୋରିଆ ଗେମ୍ କୁ ଛାଡିପାରିବୁ ନାହିଁ। କୋରିଆ ଗେମ୍ ଆମର ଜୀବନ । ଏହାକୁ ଛାଡି ବଞ୍ଚିବା ସମ୍ଭବ ନୁହେଁ ଆମ ପାଇଁ। ସେଥିପାଇଁ ବାଧ୍ୟହୋଇ ଆମେ ଏଭଳି ନିଷ୍ପତ୍ତି ନେଉଛୁ।

ଏହି ଘଟଣା ଅଧିକ ତଥ୍ୟ ସଂଗ୍ରହ ପାଇଁ ପୋଲିସ ଉଭୟ ସୁଇସାଇଡ୍ ନୋଟ୍ ଏବଂ ତିନି ଜଣଙ୍କ ମୋବାଇଲ୍ ଫୋନ୍‌କୁ ଫରେନସିକ୍ ଲ୍ୟାବକୁ ପଠାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ