Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ୟବସାୟୀ ଙ୍କ ଘରେ କଳାକାନା ବୁଲାଇଲେ ଦୁର୍ବୁର୍ତ୍ତ, ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଚୋରି ଅଭିଯୋଗ।

କଳାହାଣ୍ଡି୦୫/୦୨
ବୁଧବାର ବିଳମ୍ବିତ ରାତିରେ କୋକସରା ବ୍ଲକ ଆମପାଣି ଥାନା ଆମପାଣି ଗ୍ରାମ ର ଜଣେ ବ୍ୟବସାୟୀ ସନ୍ତୋଷ କୁମାର ସାହୁ ଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଚୋରି ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ ଘରେ କେହି ନଥିବା ସୁଯୋଗ ନେଇ ଘରେ କଳାକାନା ବୁଲାଇଛନ୍ତି ଦୁର୍ବୁର୍ତ୍ତ। ଗତକାଲି ପରିବାର ଲୋକେ ନିଜ ସମ୍ପର୍କୀୟ ବିବାହ କାର୍ଯ୍ୟ ରେ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ବେନଗାଁ ଅଞ୍ଚଳ ରେ ଯୋଗଦେବାକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ରାତିକାଲି ୮ ରୁ ୧୦ ଘଣ୍ଟା ମଧ୍ୟରେ ଘରେ ପଶିଥିବା ନେଇ ସନ୍ଦେହ କରା ଯାଉଛି। ବିବାହ ଘର ରୁ ଘର ମାଲିକ ରାତି ୧୧ ଘଣ୍ଟା ସମୟରେ ଫେରିବା ପରେ ଘରେ ଚୋରି ହୋଇଥିବା ଦେଖି ସ୍ଥାନୀୟ ଆମପାଣି ପୋଲିସ କୁ ସୂଚନା ଦେଇଥିଲେ। ଚୋରମାନେ ଘର ପଛପଟୁ ଲୁହା କବାଟ ତାଡି ଘରେ ପଶି ଘର ର ଦୁଇଟି କୋଠରୀ ରେ ଥିବା ଆସବାବପତ୍ର ଛିନଛତ୍ର କରି ଘରେ ଥିବା ୩/୪ ଆଲମୀରା ଭାଙ୍ଗି ଓ ଡ୍ରୟର ରୁ ନଗଦ ୩ ଲକ୍ଷ ଓ ୧୦ ଭରି ସୁନାଗହଣା ଚୋରି ହୋଇଥିବା ନେଇ ଘର ମାଲିକ ସନ୍ତୋଷ କୁମାର ସାହୁ ଆମପାଣି ଥାନା ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଗୁରୁବାର ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ ସହ ପରିବାର ଲୋକ ଙ୍କ ବୟାନ ରେକର୍ଡ କରିବା ସହ ସାଇଣ୍ଟିଫିକ ଓ ସନ୍ଧାନୀ କୁକୁର ଟିମ ସାହାଯ୍ୟ ରେ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ଆମପାଣି ପୋଲିସ ଅଧିକାରୀ ପ୍ରଶାନ୍ତ କୋଲହାରସ,ତଦନ୍ତକାରୀ ପୋଲିସ ଅଧିକାରୀ ଈଶ୍ୱର ସିରକା ତଦନ୍ତ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିବା ସହ ଏହି ଚୋରି ଘଟଣା ରେ ଶୀଘ୍ର ଅଭିଯୁକ୍ତ ଙ୍କୁ ଧରାଯିବା ବୋଲି ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ