ରେପୋ ରେଟରେ ଅପରିବର୍ତ୍ତିତ, ଏଣିକି ମହଙ୍ଗା ହେବନି ବ୍ୟାଙ୍କ ଋଣ
ନୂଆଦିଲ୍ଲୀ,: ମହଙ୍ଗା ହେବ ନାହିଁ ଋଣ। ରେପୋ ହାରରେ ହୋଇନାହିଁ ପରିବର୍ତ୍ତନ । ଏହାକୁ ୫.୨୫ପ୍ରତିଶତ ରଖାଯାଇଛି । ଯେଉଁଥିରୁ ସ୍ପଷ୍ଟ ଜଣାପଡୁଛିଜେ, ଏଣିକି ଋଣ ଆଉ ମହଙ୍ଗା ହେବ ନାହିଁ । ତେବେ ଏଥିରେ ଆପଣଙ୍କର ଇଏମଆଇରେ ମଧ୍ୟ ବୃଦ୍ଧି ହେବ ନାହିଁ । ଆଜି ମୁଦ୍ରା ନୀତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସୂଚନା ଦେଇଛନ୍ତି ।
ରେପୋ ହାର ଅର୍ଥାତ ସେହି ହାର ଯେଉଁଥିରେ ବ୍ୟାଙ୍କଗୁଡ଼ିକ ଆରବିଆଇ ଠାରୁ ଟଙ୍କା ଋଣ ନେଇଥାନ୍ତି। ଯେତେବେଳେ ଏହି ହାର ସ୍ଥିର ରହେ, ସେଥିରେ ଆପଣଙ୍କର ଋଣ ଇଏମଆଇ ମଧ୍ୟ ସ୍ଥିର ରହେ। ଯଦି ଆପଣଙ୍କର ଋଣ ଫ୍ଲୋଟିଂ ହାରରେ ଅଛି, ତେବେ ଆପଣଙ୍କର ଇଏମଆଇ ମଧ୍ୟ ଅପରିବର୍ତ୍ତିତ ରହିବ।
ତେବେ ଯେଉଁମାନେ ଘର କିମ୍ବା ଗାଡ଼ି କିଣିବାକୁ ଚିନ୍ତା କରୁଛନ୍ତି ସେମାନେ ବର୍ତ୍ତମାନର ହାର ଅନୁସାରେ ଋଣ ପାଇବେ।
ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ କହିବା ଅନୁଯାୟୀ, ମୁଦ୍ରାସ୍ଫୀତି ହ୍ରାସ ପାଉଥିଲେ ମଧ୍ୟ, ଶସ୍ୟ ଏବଂ ପନିପରିବା ଭଳି ଖାଦ୍ୟ ସାମଗ୍ରୀର ମୂଲ୍ୟରେ ପରିବର୍ତ୍ତନ କାରଣରୁ ଏହି କଟକଣାକୁ ଏବେ କୋହଳ କରାଯାଇପାରିବ ନାହିଁ। ଆରବିଆଇର ଲକ୍ଷ୍ୟ ହେଉଛି ମୁଦ୍ରାସ୍ଫୀତିକୁ ୪% ମଧ୍ୟରେ ରଖିବା।

