Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଗୁନାପଦର କପାଟଦର ସ୍ଥିତ ମହେଶ୍ୱରୀଙ୍କ ସୂର୍ଣ୍ଣମୂଦ ଓ ଗୃହ ପ୍ରବେଶ।

କଳାହାଣ୍ଡି୮।୨ କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତର ମୁଗୁନାପଦର କପାଟଦର ସ୍ଥିତ କାଲେଶ୍ବର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅବସ୍ଥିତ ଚଣ୍ଡୀ ମହେଶ୍ୱରୀଙ୍କ ନବ ନିର୍ମିତ ଗୃହର ସୂର୍ଣ୍ଣମୂଦ ଓ ଗୃହ ପ୍ରବେଶ କାର୍ଯ୍ୟ ରବିବାର ଅନୁଷ୍ଠିତ ହୋଇଛି। ଏହି କ୍ରମରେ ଶନିବାର ଦିନ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ରବିବାର ସକାଳୁ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏବଂ ୧୧ ଟା ପରେ ଚଣ୍ଡି ମହେଶ୍ୱରୀଙ୍କ ନବ ନିର୍ମିତ ଗୃହର ସୂର୍ଣ୍ଣମୂଦ ଓ ଗୃହ ପ୍ରବେଶ କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା। ଶିବ ମନ୍ଦିର ପୂଜକ ନନ୍ଦେଶ୍ବର ଧଙ୍ଗଡାମାଝୀ, ଚଣ୍ଡୀ ମନ୍ଦିର ପୁଜକ ଶିବ ବାଣୁଆ ରହିଥିବାବେଳେ ଆଜିର ପୂଜାକୁ ଉମାଶଙ୍କର ଦାସ ସମ୍ପାଦନ କରିଥିଲେ। କର୍ତ୍ତା ଭାବରେ ବାସୁଦେବ ଧଙ୍ଗଡାମାଝୀ ଓ ତାଙ୍କ ସହଧର୍ମିଣୀ ଡାଳୀମ୍ବ ଧଙ୍ଗଡାମାଝୀ ଦାୟିତ୍ୱ ନିର୍ବାହ କରିଥିଲେ। ଆଖପାଖ ଅଞ୍ଚଳର ଶହ ଶହ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହି ସୂର୍ଣ୍ଣମୂଦ କାର୍ଯ୍ୟରେ ଧାନ ଓ ଅନ୍ୟାନ୍ୟ ବ୍ୟବହାର ଉପଯୋଗୀ ଦ୍ରବ୍ୟଧରି ଶୁଦ୍ଧପୂତ ଭାବରେ ମନ୍ଦିରର କୁମ୍ଭକୁ ଯାଇ କାର୍ଯ୍ୟରେ ସାମିଲ ହୋଇଥିଲେ। ଏବଂ ପ୍ରଭୁଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି କ୍ରମରେ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ କମିଟି ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଥିଲା। ଏବଂ ସମସ୍ତଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିଲା। ସ୍ବର୍ଣ୍ଣମୂଦ କାର୍ଯ୍ୟକ୍ରମରେ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସଞ୍ଜୟ ସିଙ୍ଗଲ, ସୁରେଶ ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ ହରିପ୍ରିୟା ନାଗ, ପୂର୍ବତନ ସରପଞ୍ଚ ବନମାଳୀ ବାଗ, ନାନକ ଅଗ୍ରୱାଲ, ବିନୋଦ ଅଗ୍ରୱାଲ, ରଘୁନାଥ ଖମାରୀ, ସାମିଲ ହୋଇଥିଲେ। କମିର ସମ୍ପାଦକ ମଣିରାମ ବାଣୁଆ, କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ନାଗ, ଗୌରାଙ୍ଗ ନାଗ, ଦିଗାମ୍ବର ନାଗ, ଦିଲ୍ଲୀପ ନାଏକ, ଟଙ୍କଧର ବାଣୁଆ, ଉଗ୍ରସେନ ବାଣୁଆ, ଚେୟାରମେନ ପୁଝାରୀ, ବଂଶିଧର ନାଗ, ଦେବୀସିଂ ନାଗ, କ୍ଷମାସିଲ କାଣ୍ଡ, ଡମ୍ବରୁଧର କଟା, ପୂର୍ଣ୍ଣ କଟା, ପରମାନନ୍ଦ ନାଗ, ଯୋଗୀନ୍ଦ୍ର ପୁଝାରୀ, ରଘୁନାଥ ନାଗ, ଖଗେଶ୍ବର ପାଣିଗ୍ରାହୀ, ଇଶ୍ଵର ବାଣୁଆ, ଶ୍ୟାମ କେତକୀ ପ୍ରମୁଖ ସମେତ ଗ୍ରାମବାସୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ