Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଞ୍ଚଳିକ ଡମ୍ବ ସମାଜ ର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ,ସଙ୍ଗଠିତ ହେବାକୁ ଆହ୍ୱାନ।

କଳାହାଣ୍ଡି,୦୯/୦୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆଞ୍ଚଳିକ ଡମ୍ବ ସମାଜ ପକ୍ଷରୁ ସୋମବାର କାଉଡୋଳା ଧାନ ମଣ୍ଡି ପରିସରରେ ଏକ ସାଙ୍ଗଠାନିକ ବୈଠକ ଆଞ୍ଚଳିକ ଡମ୍ବ ସମାଜ ର ସଭାପତି ବନମାଳୀ ବାଗ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପୂର୍ବରୁ ଡକ୍ଟର ବାବା ସାହେବ ଆମ୍ବେଦକର ଙ୍କ ଫୋଟୋଚିତ୍ର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ବୈଠକରେ ଆଞ୍ଚଳିକ ଡମ୍ବ ସମାଜ ର ସାଧାରଣ ସମ୍ପାଦକ ଧବଳେଶ୍ବର ନାଗ,ଉପଦେଷ୍ଟା ଗୁଣନିଧି ବାଗ, ଦେବାନନ୍ଦ ନାଏକ, ରଘୁନାଥ ଖମାରି ଙ୍କ ସମେତ ୨୨ ପଞ୍ଚାୟତ ର କର୍ମକର୍ତ୍ତା ଉପସ୍ଥିତ ଥିବାବେଳେ ବୈଠକ ର ଉଦ୍ଦେଶ୍ୟ ଜ୍ଞାପନ କୌଶିକ ଦୁରିଆ କରିଥିଲେ।
କୋକସରା ଆଞ୍ଚଳିକ ଡମ୍ବ ସମାଜ ର ଏହି ବୈଠକରେ ଆଞ୍ଚଳିକ ଡମ୍ବ ସମାଜର ଭବନ ନିର୍ମାଣ ପାଇଁ ଗତ ସରକାର ସମୟରେ ୧୫ ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ବେଳେ କୋକସରା ଠାରେ ଭବନ ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ୨ ଡେସିମିଲ ଜାଗା ରେ କେବଳ ଏହି ଅନୁଦାନ ଖର୍ଚ୍ଚ କରିବା ଓ ଅନାଧିକୃତ ଭାବେ ଜବରଦଖଲ ହୋଇଥିବା ଅଂଶ କୁ ଭାଙ୍ଗି ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ କାଉଡୋଳା ଠାରେ ଅର୍ଦ୍ଧ ନିର୍ମିତ ଭବନ କୁ ପ୍ରଶାସନ ର ସହାୟତା ରେ ସମ୍ପୂର୍ଣ୍ଣ କରିବା ପାଇଁ ଆଲୋଚନା କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏହାସହ ଯେଉଁସବୁ ପଞ୍ଚାୟତ ର କାର୍ଯ୍ୟକାଳ ଶେଷ ହୋଇଛି ପୁନଃ ସେହି ପଞ୍ଚାୟତ ରେ ନୂତନ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାସହ ଆଞ୍ଚଳିକ ଡମ୍ବ ସମାଜର ସମ୍ବିଧାନ ବିରୋଧ ରେ ଯାଇ ଅନ୍ୟ ଏକ ଗୋଷ୍ଠି ବିଶୃଙ୍ଖଳିତ ଆଚରଣ କରୁଥିବା ଘଟଣା କୁ ନିନ୍ଦା କରାଯାଇଛି।
ଏହି ବୈଠକରେ ଆଞ୍ଚଳିକ ଡମ୍ବ ସମାଜ ର ରମେଶ ଚନ୍ଦ୍ର ଦୁର୍ଗା, ଖଗେଶ୍ୱର ପାଣିଗ୍ରାହୀ, ରାମଚନ୍ଦ୍ର ପାଣିଗ୍ରାହୀ,ଅଜୟ କୁମାର ଦୀପ, ଭୁରିଶ୍ରବା ଜାଲ,ଆଇନ ପରାମର୍ଶ ଦାତା ଲକ୍ଷ୍ମୀକାନ୍ତ ଖମାରି, ଉଗ୍ରେସନ ବାଗ,କ୍ଷେତୁରାମ ପାତ୍ର, କୁରୁକ୍ଷେତ୍ର ପାଣିଗ୍ରାହୀ, ପିତାମ୍ବର ବିହାର,ଯୁଗେଶ୍ୱର ବେଶ୍ରା, ଦୟାନିଧି ନାଏକ, ଧର୍ମୁ ଦୁର୍ଗା, ପ୍ରହଲ୍ଲାଦ ଠାକୁର, ଭୁବନେଶ୍ୱର ନାଏକ, ନୀଳମଣି ଖମାରି, ତ୍ରିନାଥ ବେଶ୍ରା,ଦିଗାମ୍ବର ବେମାଲ, କରୁଣା ମହାନନ୍ଦ,ତ୍ରିଲୋକ୍ୟ ବେଶ୍ରା, ପାରେଶ୍ୱର ପାଣିଗ୍ରାହୀ, ମଧୁସୂଦନ ଦୁର୍ଗା,ଚକ୍ରଧର ବେଶ୍ରା,ଡମ୍ବରୁ ଦୁର୍ଗା,ଚୌଧୁରୀ ଦୁର୍ଗା,ତ୍ରିନାଥ ଠାକୁର, ତୁଳସିରାମ ଜାଲ,ପଙ୍କଜ ଠାକୁର ସମେତ ୨୨ ପଞ୍ଚାୟତ ରୁ ଶତାଧିକ ସମାଜ ର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ