ସରୁନି ଚାଷି ଙ୍କ ସମସ୍ୟା,ଟଙ୍କା ପାଇଁ ସକାଳୁ ବ୍ୟାଙ୍କ ଆଗରେ ଲାଇନ ଲଗାଉଛନ୍ତି ଚାଷି ।
କଳାହାଣ୍ଡି,୧୧/୦୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଚାଷି ଙ୍କ ଖରିଫ ମଣ୍ଡି ରେ ଧାନ ବିକ୍ରି ପରେ ମଧ୍ୟ ଚାଷି ଙ୍କ ଦହଗଞ୍ଜ ରେ ଲାଘବ ହେଉନାହିଁ। ପ୍ରଥମେ ମଣ୍ଡି ରେ ଧାନ ବିକ୍ରି କରିବାକୁ ଦିନରାତି ଟୋକନ,ଟାର୍ଗେଟ ସହ ବିଭିନ୍ନ ସମସ୍ୟା ଦେଇ ପେଷି ହୋଇଥିବା ଚାଷି ଧାନ ବିକ୍ରି ପରେ ମଧ୍ୟ ଧାନ ବିକ୍ରି ର ପ୍ରାପ୍ୟ ପାଇବାକୁ ପାଇବାକୁ ବ୍ୟାଙ୍କ ଆଗରେ ଦିନ ଦିନ ଧରି ଲମ୍ବା ଲାଇନ ରେ ରହିଥିବା ଦେଖିବାକୁ ମିଳୁଛି। କୋକସରା ବ୍ଲକ ରେ ଥିବା ଷ୍ଟେଟ ବ୍ୟାଙ୍କ କୋକସରା,ଲଡୁଗାଁ ଓ ଆମପାଣି ଶାଖା ରେ ସକାଳ ରୁ ଚାଷୀମାନେ ଲମ୍ବା ଧାଡି ରେ ନିଜର ଧାନ ବିକ୍ରି ପ୍ରାପ୍ୟ ଉଠାଣ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି।ଚଳିତ ବର୍ଷ ଠାରୁ ଚାଷି ଙ୍କ ପାଇଁ ସରକାର ଙ୍କ ପକ୍ଷରୁ ଡିବିଟି ସିଷ୍ଟମ ଲାଗୁ ହୋଇଥିବା ବେଳେ ଅନେକ ଚାଷୀମାନେ ଜମାଖାତା ସହ ଡିବିଟି ର ସଂଯୋଗୀକରଣ ବାବଦ ରେ ଅଜ୍ଞ ରହିଥିଲେ। ତେବେ ଅର୍ଦ୍ଧାଧିକ ଚାଷି ଙ୍କ ଡିବିଟି ର ସଂଯୋଗୀକରଣ ଷ୍ଟେଟ ବ୍ୟାଙ୍କ ସହ ରହିଥିବା ବେଳେ ଧାନ ବିକ୍ରି ପରେ ଚାଷି ଙ୍କ ଷ୍ଟେଟ ବ୍ୟାଙ୍କ ରେ ଥିବା ଜମାଖାତା ରେ ଧାନ ବିକ୍ରି ଟଙ୍କା ଜମା ହୋଇଛି। ତେବେ ଚାଷି ଙ୍କ ଟଙ୍କା ଉଠାଣ ଅନୁଯାୟୀ ବ୍ୟାଙ୍କ ରେ ଟଙ୍କା ର ଅଭାବ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷି। କୋକସରା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ପ୍ରତିଦିନ ସକାଳୁ ଚାଷି ଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ଚାଷୀ ମାନେ ଧାନ ବିକ୍ରି କରିଥିବାରୁ ପର୍ଯ୍ୟାପ୍ତ ମାତ୍ରାରେ ଚାଷି ଙ୍କ ଜମାଖାତା କୁ ଟଙ୍କା ଆସୁଛି |କିନ୍ତୁ ସେହି ପରିମାଣ ରେ ବ୍ଯାଙ୍କ କୁ ଟଙ୍କା ଆସି ପାରୁନାହିଁ ସେଥି ପାଇଁ ଲୋକେ ଟଙ୍କା ଉଠାଇ ପାରୁ ନାହାନ୍ତି ବୋଲି ଚାଷି ମାନେ ଅଭିଯୋଗ କରିଛନ୍ତି |
ବର୍ତ୍ତମାନ କୋକସରା ଅଞ୍ଚଳ ରେ ରବି ଚାଷ କାର୍ଯ୍ୟ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ, ପିଲାଙ୍କ ପାଠପଢ଼ା ଓ ବିବାହ ବ୍ରତ କାର୍ଯ୍ୟ,ଋଣ ପରିଶୋଧ ଓ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ ପାଇଁ ଟଙ୍କା ର ନିତାନ୍ତ ଆବଶ୍ୟକ ରହିଛି। ଟଙ୍କା ପାଇଁ ସପ୍ତାହ ସପ୍ତାହ ଧରି ବ୍ୟାଙ୍କ ଆଗରେ ଚାଷି ଙ୍କୁ ଲାଇନ ଲଗାଇବାକୁ ପଡୁଥିବା ନେଇ ଅଭିଯୋଗ ହେଉଛି।
ଏନେଇ ବୁଧବାର ବିଜେଡି ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ନାଏକ ସମେତ କିଛି ଚାଷୀମାନେ ଅଭିଯୋଗ କରିବା ପରେ ଗଣମାଧ୍ୟମ ପ୍ରତିନିଧି ବ୍ୟାଙ୍କ କୁ ଯାଇ ଶାଖା ପରିଚାଳକ ଙ୍କୁ ଭେଟି ଚାଷି ଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ। ଅନ୍ୟପଟେ ଷ୍ଟେଟ ବ୍ୟାଙ୍କ ର ଏଟିଏମ ରେ ମଧ୍ୟ ଟଙ୍କା ରହୁନାହିଁ,କେତେବେଳେ କିଛି ସମୟ ପାଇଁ ଟଙ୍କା ରହୁଛି ତ ଅନ୍ୟ ସମୟରେ ଏଟିଏମ ରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି ମତେବେ କୋକସରା ଷ୍ଟେଟ ବ୍ୟାଙ୍କ ମେନେଜର ପ୍ରଦୀପ କୁମାର କହର ଙ୍କ ପ୍ରତିକ୍ରିୟା ନେବାରୁ ଅଭିଯୋଗ କୁ ସ୍ୱୀକାର କରିବା ସହ ବ୍ଯାଙ୍କ କୁ ଦରକାର ମୁତାବକ ଟଙ୍କା ଆସୁନଥିବାରୁ ଚାଷୀମାନେ ଆବଶ୍ୟକ ମୁତାବକ ଟଙ୍କା ପାଇ ପାରୁନାହାନ୍ତି | ବ୍ୟାଙ୍କ ପକ୍ଷରୁ ଆମେ ଅଧିକ ଟଙ୍କା ଯୋଗାଇ ଦେବାକୁ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଉଛୁ, ହେଲେ ଆବଶ୍ୟକ ଅନୁସାରେ ଟଙ୍କା ଆସୁନାହିଁ। ଏଣୁ ଚାଷି ଙ୍କୁ ଟଙ୍କା ଟଙ୍କା ଦେବାରେ କିଛି ଅସୁବିଧା ହେଉଥିବା କହିଛନ୍ତି।ଏଦିଗରେ ଷ୍ଟେଟ ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେଇ ବ୍ୟାଙ୍କ କୁ ଆବଶ୍ୟକ ମୁତାବକ ଟଙ୍କା ଯୋଗାଣ କରିବାକୁ ଦାବି ହେଉଛି।

