Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ଼ ପୋଡ଼ାଗୁଡା ପଞ୍ଚାୟତ ରେ ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ପାଇଁ ବୈଠକ।

କଳାହାଣ୍ଡି,୧୨।୨ : ସର୍ବପୁରାତନ କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଗତ ୨୦୦୯ ମସିହାରେ ସୀମା ପୁନଃଗଠନ ହେତୁ ଉଛେଦ କରି ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ କରି ଦିଆଗଲା। ତେବେ ଏହି ସର୍ବପୁରାତନ ବିଧାନସଭା ନିର୍ବାଚନ ମଣ୍ଡଳୀ କୁ ପୁନଃ ଗଠନ ତଥା ଫେରେଇ ଆଣିବା ପାଇଁ କୋକସରା ନିର୍ବାଚନ ମଣ୍ଡଳୀ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି। ଏହି କମିଟି ବିଭିନ୍ନ ଗ୍ରାମ ପଞ୍ଚାୟତରେ ପହଞ୍ଚି ଅଞ୍ଚଳବାସୀଙ୍କ ସହିତ ଏ ଦିଗରେ ବିଶେଷ ଆଲୋଚନା କରିବା ସହ ସେମାନଙ୍କ ମତାମତ ସଂଗ୍ରହ କରାଯାଉଛି। ଏହି କ୍ରମରେ ଗୁରୁବାର ବ୍ଳକର ବଡ଼ପୋଡ଼ାଗୁଡ଼ା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ମନୋଜ କୁମାର ଦାସ ସଭାର ସଭାପତିତ୍ବ କରିଥିଲେ। ତେବେ ବୈଠକରେ ଉପସ୍ଥିତ ଗ୍ରାମବାସୀ ମାନେ ସମସ୍ତେ ଉକ୍ତ ପ୍ରସ୍ତାବକୁ ସମର୍ଥନ ଜଣାଇବା ସହ ପୂର୍ବ ଗୌରବ କୁ ଫେରେଇ ଆଣିବା ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ। ଏହି କ୍ରମରେ ପଞ୍ଚାୟତ ସ୍ତରରୁ ଦାବି କୁ ତୀବ୍ର କରିବା ପାଇଁ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ନିମନ୍ତେ ୧୧ ଜଣିଆ କମିଟି ଗଠନ କରାଯାଇଥିଲା। ବୈଠକରେ କ୍ରିୟାନୁଷ୍ଠାନ କମିଟିର ସଭାପତି ରାଜୀବ କୁମାର ଅଗ୍ରୱାଲ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ଶ୍ରୀନିବାସ ପ୍ରଧାନୀ, ଧବଲେଶ୍ୱର ନାଗ, ସନତ କୁମାର ପ୍ରଧାନୀ, ପ୍ରଧାନୀ ବାଗ, ମହେନ୍ଦ୍ର ନେଗୀ,ବରାଡଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ୱର ବାଗ, ବଡ଼ପୋଡ଼ାଗୁଡ଼ା ନାଏବ ସରପଞ୍ଚ ବିଡୁ ନାଏକ, ଧର୍ମାନନ୍ଦ ନାଏକ, ପୂର୍ବତନ ସରପଞ୍ଚ ଗୋବର୍ଦ୍ଧନ ନାଏକ, ଶ୍ରୀମନ୍ତ ପାଢ଼ୀ, ସୁରେଶ ଚନ୍ଦ୍ର ସାହୁ, ବିନୋଦ କୁମାର ସିଂ, ସଞ୍ଜୟ ସିଙ୍ଗଲ, ନରହରି ସୁନା, ରବିନାରାୟଣ ଦାସ, ବିମଳ ଦାସ, ମନ୍ମଥ ଦାସ, ଯୁଗଲ ନାଏକ, ଘାସିରାମ ନାଏକ, ଚୈତନ ବେମାଲ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ।ପରବର୍ତ୍ତୀ ବୈଠକ ଆସନ୍ତା ୧୭ ତାରିଖରେ ଡୁଡୁକାଠେଙ୍ଗା ପଞ୍ଚାୟତ ରେ ହେବାକୁ ନିଷ୍ପତ୍ତି ନିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ