ରାସ୍ତା ପାଇଁ ଉପାନ୍ତ ଅଞ୍ଚଳ ରେ ବିକାଶ ଅପହଞ୍ଚ, ରାସ୍ତା ନିର୍ମାଣ ପାଇଁ ଦାବି କଲେ ଝୁଲେନବର ଗ୍ରାମବାସୀ।
କଳାହାଣ୍ଡି,୧୨/୦୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ ର ଉପାନ୍ତ ଓ ଜଙ୍ଗଲ ଘେରା ଅଞ୍ଚଳ ରେ ରହିଛି ଝୁଲେନବର ରାଜସ୍ୱ ଗ୍ରାମ। ଗ୍ରାମ ରେ ୧୦୦ ରୁ ଉର୍ଦ୍ଧ ଆଦିବାସୀ ଅଧ୍ୟୁଷିତ ପରିବାର ଦଶନ୍ଧି ଦଶନ୍ଧି ଧରି ବସତି ସ୍ଥାପନ କରି ବସବାସ କରି ଆସୁଛନ୍ତି। ଗ୍ରାମ ର ଜନସଂଖ୍ୟା ୪୧୦ ଓ ମତଦାତା ସଂଖ୍ୟା ୨୪୦ ରହିଛନ୍ତି। ତେବେ ଦୀର୍ଘ ୧୦ ବର୍ଷ ତଳେ ଏହି ଗ୍ରାମ କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପିଚୁ ରାସ୍ତା କାର୍ଯ୍ୟ ହୋଇଥିଲା ଗ୍ରାମବାସୀ ଆଶା ବାନ୍ଧିଥିଲେ ଯେ ଏଣିକି ଆଉ ଗାଁ କୁ ବିକାଶ ର ବାଟ ଓଗାଳିବ ନାହିଁ, ତେବେ ନିନ୍ମମାନ ର କାର୍ଯ୍ୟ ଯୋଗୁଁ କିଛି ବର୍ଷ ପରେ ରାସ୍ତା ର ଅବସ୍ଥା ଏବେ ଶୋଚନୀୟ ହୋଇ ପଡିଛି। ଫଳରେ ସେହି ପୁରୁଣା ଦିନ ର ଦୁର୍ଦ୍ଦଶା ପୁଣି ଭୋଗୁଛନ୍ତି ଗ୍ରାମବାସୀ। ପୁଣିଥରେ ଗାଁ ର ଉନ୍ନତି କୁ ବାଟ ଓଗାଳିଛି ରାସ୍ତା।ଜଙ୍ଗଲ ଘେରା ଗାଁ ରେ ରହିଥିବା ଏଠିକାର ଆଦିବାସୀ ମାନେ ଜଙ୍ଗଲ ଜାତ ଦ୍ରବ୍ଯ ଓ ଚାଷ ଉପରେ ନିର୍ଭର କରି ଜୀବନ ଜୀବିକା ନିର୍ବାହ କରନ୍ତି।କିଛି ପରିବାର ବାଉଁଶ କାରିଗର ଭାବେ ବାଉଁଶ ରେ ନିର୍ମିତ ବିଭିନ୍ନ ସାମଗ୍ରୀ ତିଆର କରି ପେଟପାଟଣା କରନ୍ତି। ଏହା ଏକ ଆଦିବାସୀ ବହୁଳ ଗାଁ ହୋଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଗ୍ରାମ ର କୌଣସି ଯୁବକ ଯୁବତୀ ସରକାରୀ ଚାକିରୀ ଖଣ୍ଡେ ପାଇ ନଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ଗାଁ ରେ ଅଙ୍ଗନବାଡି କେନ୍ଦ୍ର ସହ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ରହିଛି। ତେବେ ଉଚ୍ଚତର ଶିକ୍ଷା ପାଇଁ ଅଭିଭାବକ ମାନେ ଜଙ୍ଗଲ ରାସ୍ତା କାରଣରୁ ପିଲାଛୁଆ ଙ୍କୁ ପାଠ ପଢିବା ପାଇଁ ଅନ୍ୟତ୍ର ଛାଡିବାକୁ ମଙ୍ଗୁ ନାହାଁନ୍ତି। ଗାଁ ରୁ ପଞ୍ଚାୟତ ର ଦୂରତା ୧୫ କିମି, ପିଡ଼ିଏସ ସାମଗ୍ରୀ ହେଉ ଅବା ଅନ୍ୟ ଜରୁରୀକାଳୀନ କାର୍ଯ୍ୟ ରେ ପଞ୍ଚାୟତ କୁ ଯିବାକୁ ହେଲେ ରାସ୍ତା ଶୋଚନୀୟ ଯୋଗୁଁ ଦୁର୍ଦ୍ଦିନରେ କାଳ କାଟୁଥିବା କହିଛନ୍ତି ଗ୍ରାମ ର ୱାର୍ଡ ମେମ୍ବର ଉର୍ମିଳା ମାଝୀ,ଦେବ ଦଳପତି,ବିପିନ ମାଝୀ, ଡିଙ୍ଗର ମାଝ, ସାଧୁରାମ ମାଝୀ
କମଳ ଲୋଚନ ପୁଝାରି,ରାମ ମାଝୀ। ଜିଲ୍ଲା ପ୍ରଶାସନ ଏହି ଦୁର୍ଗମ ଅଞ୍ଚଳ ରେ ଥିବା ଝୁଲେନବର ଗ୍ରାମ ପ୍ରତି ଯତ୍ନବାନ ହୋଇ ଗମନାଗମନ ପାଇଁ ବିକାଶ ର ବାଟ ଖୋଲିବାକୁ ଦୃଷ୍ଟି ଦେବାକୁ ଏହି ଅଞ୍ଚଳ ର ଗ୍ରାମବାସୀ ମାନେ ଗୁହାରି କରିଛନ୍ତି।

