ଗୋତମୁଣ୍ଡା ପ୍ରିମିୟର ଲିଗ କ୍ରିକେଟ ସିଜନ ୧୫ ଉଦ୍ଯାପିତ ।
କଳାହାଣ୍ଡି,୧୨/୦୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡା ସ୍ଥିତ ଖେଳପଡିଆ ରେ ଆୟୋଜିତ ଗୋତମୁଣ୍ଡା ପ୍ରିମିୟର ଲିଗ କ୍ରିକେଟ ସିଜନ ୧୫ ଉଦ୍ଯାପିତ ହୋଇଯାଇଛି । । ୧୬ ଗୋଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ହୋଇଥିଲା । ଫାଇନାଲ ମ୍ୟାଚ ବଜରଙ୍ଗୀ ଏକ୍ସ ଆଇ ଏବଂପରମେ (କର୍ଲା) ଗାଁ ମଧ୍ୟରେ ହୋଇଥିଲା । ବଜରଙ୍ଗୀ ଏକ୍ସ ଆଇ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୫ ଓଭର ମଧ୍ୟରେ ୬ ୱିକେଟ ହରାଇ ୧୯୩ ରନ୍ କରିଥିଲା ।ପରମେ୧୧ (କର୍ଲା) ଟିମ ନିର୍ଦ୍ଧାରିତ ୧୧ ଓଭର ୩ ବଳ ମଧ୍ୟରେ ସମସ୍ତ ୱିକେଟ ହରାଇ ୭୫ ରନ୍ କରି ଅଲଆଉଟ ହୋଇଥିଲା ।ଆମ୍ପୟର ଭାବେ କାଳିଆ ନାଏକ ଏବଂ ଜିତୁମିତ୍ର ମାଝୀ ,ସ୍କୋର ବୋର୍ଡ ଦାୟିତ୍ୱ ତୁଲାଇ ଥିଲେ ନିଲୁ ନେଗୀ ବଳରାମ ମାଝୀ ଓ ସୁନୀଲ କୁମାର ସେନାପତି ଧାରାବିବରଣୀ ପାଠ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ବେହେରା ସରପଞ୍ଚ ପ୍ରତିନିଧି ତଥା ଦଣ୍ଡପାଟ ବିଜେଡି ନେତା ଶ୍ରୀ ଭବେଶ ଗଇନ୍ତା ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ଆମପାଣି ଜୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ,ସମାଜ ସେବୀ ମଣ୍ଟୁ ଅଗ୍ରୱାଲ , ସାନ ପୋଡାଗୁଡା ସରପଞ୍ଚ ଜୟରାମ ନାଗ, ସମିତି ସଭ୍ୟ ରାଜୀବ ଖମାରୀ, ଗୋତମୁଣ୍ଡା ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ମାଝୀ, ନାଇବ ସରପଞ୍ଚ ପାର୍ଥବ ମାଝୀ,ଦଣ୍ଡପାଟ ଧନୁଯାତ୍ରା କମିଟି ର ସଭାପତି ଲଳିତ ବାଣୁଆ, ବିନ୍ଦୁ ବିଶି, କ୍ଷୀରସିନ୍ଧୁ ବାଗ,ପୁର୍ଣ ଚନ୍ଦ୍ର ନାଏକ, ପ୍ରମୁଖ ସମେତ ଅନ୍ୟ ଅତିଥି ମାନେ ମଞ୍ଚାସିନ ଥିଲେ। ଆୟୋଜକ କମିଟି ର ସଭାପତି ପିଣ୍ଟୁ ନନ୍ଦ ଓ , ସମ୍ପାଦକ ବଳରାମ ମାଝୀ ଉପସ୍ଥିତ ରହି ଥିବା ବେଲେ କମିଟିର ସଦସ୍ୟ ଲକ୍ଷ୍ମୀକାନ୍ତ ମାଝୀ, ତୃଷ୍ନା ରଞ୍ଜନ ସୁନା ଦେବେନ୍ଦ୍ର ବାଗ,ବାବୁଲା ନେଗୀ, ଚିତ୍ତରଞ୍ଜନ ସୁନା, ରାଜେଶ ନାଏକ, ପ୍ରମୁଖ ସହଯୋଗ କରିଥିଲେ । ବରିଷ୍ଠ ଶିକ୍ଷକ କ୍ଷୀରସିନ୍ଧୁ ବଣୁଆ ମଞ୍ଚ ପରିଚାଳନା କରିଥିବା ବେଳେ କମିଟି ସଭାପତି ପିଣ୍ଟୁ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

