ସର୍ବମଙ୍ଗଳା ସରକାରୀ ବିଦ୍ୟାଳୟ ଓ କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟର ବାର୍ଷିକ ଉତ୍ସବ‘ଉତ୍କର୍ଷ’ ଅନୁଷ୍ଠିତ।
କଳାହାଣ୍ଡି,୧୩।୦୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିଲିଗୁଡା ସର୍ବମଙ୍ଗଳା ସରକାରୀ ଉ.ପ୍ରା ବିଦ୍ୟାଳୟ ଏବଂ କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ଉତ୍କର୍ଷ’ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୁକ୍ତା ଖମାରୀଙ୍କ ଅଧ୍ୟକ୍ଷତାରେ ଗଡରାମାଲ ସ୍କୁଲର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ନାଏକ ସଭାପତିତ୍ୱ କରିଥିଲେ। ଏଥିରେ କୋକସରା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୋଫାନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ମୁଖ୍ୟବକ୍ତା, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷା କଳ୍ପନା ମଞ୍ଜରୀ ସିଂ, ଶିକ୍ଷକ ଦୁର୍ଯ୍ୟୋଧନ ବାଗ, ମଧୁସୂଦନ ପୁଞ୍ଜି, ବବୃବାହନ ବିଶି, ବ୍ୟାପ୍ତି ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି କ୍ରମରେ ଛାତ୍ରୀ ମାନଙ୍କ ଦ୍ବାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଗାୟତ୍ରୀ ଲେଙ୍କା ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ, ଗିତାଞ୍ଜଳୀ ଗିରି ମଞ୍ଚ ସଂଯୋଜନା କରିଥିବାବେଳେ ଶିକ୍ଷୟିତ୍ରୀ ତରୁଲତା ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରଛାତ୍ରୀ ମାନେ ସଚେତନତା ଧର୍ମୀ କାର୍ଯ୍ୟକ୍ରମ କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଶିକ୍ଷକ ସୁମନ ଅର୍ପିତ ପଣ୍ଡା, ଭାଗ୍ୟଶ୍ରୀ ଗିରି, କିଶନ ଲାଲ ଧଙ୍ଗଡାମାଝୀ, କେଜିବିଭି ର ଗିତାଞ୍ଜଳୀ ଲେଙ୍କା, ସୁଭଦ୍ରା ନାଏକ, ବିଣାପାଣି ରାଉତ, ସନ୍ଧ୍ୟାମୟୀ ପଟେଲ, ମଧୁସ୍ମିତା ପ୍ରଧାନୀ, ସଂଯୁକ୍ତା ଗୋପାଳ, କୈକେୟୀ ବେମାଲ, ତ୍ରିବେଣୀ ପଟ୍ଟନାୟକ, ହେମନ୍ତ କୁମାର ନାଗ ପ୍ରମୁଖ ସହଯୋଗ କରିଥିଲେ।

