କୋକସରା ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ।
କଳାହାଣ୍ଡି,୧୩/୦୨
କୋକସରା ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଶୁକ୍ରବାର କୋକସରା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଉପସ୍ଥିତ ଅତିଥିମାନେ ଭୀମଭୋଇ ଙ୍କ ଫୋଟୋଚିତ୍ର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବ୍ଲକ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ସୁନ୍ଦର ନାଏକ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡ଼. ଆଦିତ୍ୟ ସାହୁ, ମୁଖ୍ୟ ବକ୍ତା ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥୀ ଭାବେ ବ୍ଲକ ଜିପିଡ଼ିଓ ମିଳୁ ପ୍ରଧାନୀ,ହିସାବ ରକ୍ଷକ ଅଧିକାରୀ ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ ମାନଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ବିଷୟରେ ପରାମର୍ଶ ସହ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଲାଭ ଉଠାଇବାକୁ କହିଥିଲେ। ଏହି ଅବସରରେ ବ୍ଲକ ର ୨୨ ପଞ୍ଚାୟତ ରୁ ଆସିଥିବା ଭିନ୍ନକ୍ଷମ ମହିଳା,ପୁରୁଷ ଯୁବକ,ଯୁବତୀ ଶୁଶୁ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଡାକ୍ତର ଙ୍କ ପରାମର୍ଶ ପରେ ତାଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରା ଯାଇଛି। ଭିନ୍ନକ୍ଷମ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଅସ୍ଥିସଲ୍ୟ ବିଶେଷଜ୍ଞ ଡ଼.ପ୍ରମାତେଶ କଶ୍ୟପ ପଣ୍ଡା,ମାନସିକ ରୋଗୀ ବିଶେଷଜ୍ଞ ଡ଼. ଚେତୁରାମ ମେହେର,ଇଏନଟି ବିଶେଷଜ୍ଞ ଡ଼. ପ୍ରଦ୍ୟୁମ୍ନ କୁମାର ପଣ୍ଡା, ଅଫଥାରମୋଲୋଜିଷ୍ଟ ଡ଼. ସୃତି ସ୍ମୃତିଲେଖା ସାହୁ, ଫିଜିଓଥେରାଫିଷ୍ଟ ଡ଼.ସମ୍ବିତ ପଣ୍ଡା,ଟେଲି ମେଡ଼ିସିନ ନିବେଦିତା ସାହୁ, ପି.ଏସ.ଡବ୍ଲୁ ଅନ୍ୟାତ ମହମ୍ମଦ, ଆରାଧନା ବେହୁରା, ଏମ.ଆଇ ନିବେଶ ଚନ୍ଦ୍ର ସାହୁ,ପି.ଏ ଲକ୍ଷ୍ୟପତି ପୁଝାରି, ଡିଇଓ ଆଶୁତୋଷ ପ୍ରଧାନ ପ୍ରମୁଖ ଭିନ୍ନକ୍ଷମ ଶିବିର ରେ ଆସିଥିବା ରୋଗୀ ଙ୍କ ପରୀକ୍ଷା ସହ ଚିକିତ୍ସା କରିଥିଲେ। ଆଜି ର ଏହି ଶିବିର ରେ ମୋଟ ୨୨୨ ରେଜିଷ୍ଟ୍ରେସନ ହୋଇଥିବା ବେଳେ ୫୪ ଜଣ ଭିନ୍ନକ୍ଷମ ଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ତ୍ୱରିତ ପ୍ରମାଣପତ୍ର, ୫ଜଣ ଙ୍କୁ ଟ୍ରାଇ ସାଇକେଲ ଓ ୩ ଜଣ ହିତାଧିକାରୀ ଙ୍କୁ ହ୍ବିଲ ଚେୟାର,ଜଣେ ମହିଳା ଙ୍କୁ ଅନ୍ଧ ବାଡ଼ି ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ କୁ ମଞ୍ଚ ସଂଯୋଜନା ରେ ପିଇଓ ବିରଞ୍ଚି ଖର୍ସେଲ ସହଯୋଗ କରିଥିବା ବେଳେ ବ୍ଲକ ର ପିଇଓ,ଏଡିଓ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

