ସର୍ବଭାରତୀୟ ସ୍ତରୀୟ ବଡି ବିଲିଂ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ହାସଲ କଲେ ଦିଲ୍ଲୀପ ପାତ୍ର
ବାଲିଗୁଡା,ତା, ୧୪/୦୧ :(ସଞ୍ଜୟ କୁମାର ପାଣିଗ୍ରାହୀ) :
କନ୍ଧମାଳ ଜିଲ୍ଲା ବାଲିଗୁଡା ର ଗର୍ବ ଓ ଗୌରବ ଦିଲ୍ଲୀପ ପାତ୍ର । ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ହାସଲ କରି ବାଲିଗୁଡା ପାଇଁ ଗୌରବ ଅଣିଛନ୍ତି ଦିଲ୍ଲୀପ । ଭୁବନେଶ୍ଵର ସ୍ଥିତ ଉତ୍କଳ ମଣ୍ଡପ ରେ ଆୟୋଜିତ ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ରେ ଦେଶ ର ୧୫୦ ଜଣ ପ୍ରତିଯୋଗୀ ଙ୍କୁ ପଛରେ ପକାଇ ସମସ୍ତ ବିଭାଗ ରେ ଗୋଲ୍ଡ ମେଡାଲ ହାସଲ କରିଛନ୍ତି ଦିଲ୍ଲୀପ । ୬୦ କେଜିରୁ ଉର୍ଦ୍ଧ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରି ଓଭରାଲରେ ଚମ୍ପିଆନ ହୋଇଛନ୍ତି । ସ୍ଵର୍ଣ୍ଣ ପଦ ସହ ୬ ହଜାର ଟଙ୍କା ଏବଂ ଓଭରାଲ ଚମ୍ପିଆନ ରେ ରେ ୩୧ ହଜାର ଟଙ୍କା ସମୁଦାୟ ୩୬ ହଜାର ଟଙ୍କାର ଚେକ, ଟ୍ରଫି ସହ ଏକଖଣ୍ଡା ପୁରସ୍କାର ପାଇଛନ୍ତି । ବାଲିଗୁଡା ଥାନା ଅନ୍ତର୍ଗତ ନିପଟ ମଫସଲ ଗାଁ ବୁଡ଼ାଗୁଡା ରେ ଜନ୍ମ ହୋଇ ବର୍ତ୍ତମାନ ବାଲିଗୁଡା ଥାନା ରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଅଛନ୍ତି । ନିଜର ଚେଷ୍ଟା ଓ ପରିଶ୍ରମ ବଳରେ ସଫଳତା ର ସିଡି ଚଢ଼ି ଚାଲିଛନ୍ତି । ଏହି ସଫଳତା ପଛରେ ଜିମ୍ ଶିକ୍ଷକ, ଥାନା ଅଧୂକାରୀ ଏବଂ ସାଙ୍ଗସାଥୀ ଙ୍କ ହାତ ଥିବା ସେ କହିଛନ୍ତି । ଆଗକୁ ସେ ଏସିଆ ଗେମ୍ ଖେଳିବା ପାଇଁ ଚେଷ୍ଟା ଜାରୀ ରଖିଛନ୍ତି । ଏହି ସଫଳତା ପାଇବା ପରେ ଦିଲ୍ଲୀପ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

