Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂରକ୍ଷିତ ଜଙ୍ଗଲରୁ ମୁଲ୍ୟବାନ ଗଛ କାଟିବା ଅଭିଯୋଗରେ ୩ ଗିରଫ

ବାଲିଗୁଡା, ତା, ୧୪/୦୨ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ତୁମୁଡ଼ିବନ୍ଧ ରେଞ୍ଜ ହରିପୁର ସଂରକ୍ଷିତ ଜଙ୍ଗଲରୁ ମୁଲ୍ୟବାନ ଗଛ କାଟିବା ବେଳେ ବନ ବିଭାଗ ଚଢ଼ାଉ କରି ଘଟଣାରେ ସଂଶ୍ଲିଷ୍ଟ ଥିବା ଅଭିଯୋଗ ରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ । ଘଟଣା ସମ୍ପର୍କରେ ସୂଚନା ପାଇ ବନରକ୍ଷୀ ରୂପଶ୍ରୀ ଦିଗାଳ ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀଙ୍କ ସହଯୋଗରେ ୩ ଜଣ ଅଭିଯୁକ୍ତ ମାଦାଗୁଡ଼ା ଗ୍ରାମର ସାଜି ମଲ୍ଲିକ, ମିନାକ୍ଷୀ ମଲ୍ଲିକ ଓ ତିମାସ୍ ମଲ୍ଲିକ ହୋଇଥିବା ବେଳେ ଘଟଣାସ୍ଥଳରୁ ୨୯ ଟି ମୁଲ୍ୟବାନ ଗଛର ଗଣ୍ଡିକୁ ମଧ୍ୟ ଜବତ କରିଛି ବନବିଭାଗ । ଗିରଫ ତିନି ଅଭିଯୁକ୍ତ ମାନେ ସଂରକ୍ଷିତ ଜଙ୍ଗଲ କାଟି ସଫା କରି ଜବରଦଖଲ କରିବା ପାଇଁ ଚେଷ୍ଟା କରୁଥିବା ବିଷୟ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏନେଇ ବନ୍ୟ ସଂରକ୍ଷଣ ଆଇନ୍ ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ସହ ଘଟଣାର ଅଧିକ ତଦନ୍ତ କରୁଛି ବୋଲି ତୁମୁଡ଼ିବନ୍ଧ ରେଞ୍ଜର ରଜନୀକାନ୍ତ ମେହେର ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ