Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡିର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ଦେହାନ୍ତ

ବିଜେଡିର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ଦେହାନ୍ତ । ସମ୍ବଲପୁରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ୭୯ ବୟସରେ ତାଙ୍କର ଦେହାନ୍ତ ହୋଇଛି। ରାତି ୮ଟା ୫୦ ମିନିଟରେ ତାଙ୍କର ପରଲୋକ ହୋଇଛି। ରାସେଶ୍ବରୀଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

​​​​​​​ସୂଚନା ଯୋଗ୍ୟ ଯେ, ରାସେଶ୍ୱରୀ ପାଣିଗ୍ରାହୀ ରାଉରକେଲାର ଇସ୍ପାତ ବିଦ୍ୟାଳୟରୁ ତାଙ୍କର ଦଶମ ଶ୍ରେଣୀ ପାସ୍ କରିଥିଲେ । ଏହାପରେ ସେ ସମ୍ବଲପୁର ଜିଏମ କଲେଜରେ ପାଠ ପଢ଼ିଥିଲେ । ରାସେଶ୍ବରୀ ସମ୍ବଲପୁରର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ଏମବିଏସ ପାଠ ପଢ଼ା ଶେଷ କରି ୧୯୭୨ ମସିହାରେ ଡାକ୍ତରଭାବେ ଯୋଗ ଦେଇଥିଲେ । ସେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ । ପରେ ବୁର୍ଲା ମେଡିକାଲ କଲେଜରେ ପ୍ରଫେସର ଭାବେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ରାଜନୀତିରେ ପାଦ ଥାପିଥିଲେ । ବିଜେଡିରୁ ୨୦୧୪ ସାଧାରଣ ନିର୍ବାଚନରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ