ଜେଇଇ ପ୍ରବେଶିକା ପରୀକ୍ଷାରେ ଲକ୍ଷ୍ମୀ ବିକାଶ ଛାତ୍ର ଛାତ୍ରୀଙ୍କ କୃତିତ, ବିଭିନ୍ନ ମହଲ ରୁ ଶୁଭେଚ୍ଛା।
କଳାହାଣ୍ଡି,୧୭/୦୨
ସୋମବାର ପ୍ରକାଶିତ ଜେଇଇ (ମେନ୍) ପ୍ରବେଶିକା ପରୀକ୍ଷାରେ ଲକ୍ଷ୍ମୀ ବିକାଶ ଗ୍ରୁପ ଅନ୍ତର୍ଗତ ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ସଫଳତା ହାସଲ କରିଛନ୍ତି । ରାଜ୍ୟରୁ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟର ବଳରାମ ରାଉତ ୯୫ % ପ୍ରତିଶତ , ତୋଫିକ ବାରିକ ୯୩.୪୮ % ପ୍ରତିଶତ , ଶିଳା ନୟନ କୁମାର, ସ୍ବାଗତ ମେହେର , ମୋହିତ ୱାଡକାର, ଗୌରୀ ଶଙ୍କର ନାଏକ ଓ ନବଜିତ୍ ନନ୍ଦ ଜେଇଇ (ମେନ୍ ) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜେଇଇ ଏଡଭାନସ ପରୀକ୍ଷା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଛାତ୍ର ଛାତ୍ରୀଙ୍କ ଏହି ସଫଳତାରେ ଅନୁଷ୍ଠାନର ଚେୟାରମ୍ୟାନ୍ ଡି.ନାଗେଶ୍ଵର ରାଓ, ନିର୍ଦ୍ଦେଶକ ଡି.ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି.ରାମ କୁମାର, ଶିକ୍ଷା ପ୍ରଭାରୀ ଡି.ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଡି.ପଦ୍ମିନୀ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ଆରତି ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ ପ୍ରମୁଖ ଓ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଖୁସି ବ୍ୟକ୍ତ କରିବା ସହ ଛାତ୍ର ଛାତ୍ରୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । ଏହି କୃତିତ୍ୱରେ ଛାତ୍ର ଛାତ୍ରୀ ଓ ତାଙ୍କ ଅଭିଭାବକ ମଧ୍ୟ ଖୁସି ବ୍ୟକ୍ତ କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ଓ ମ୍ୟାନେଜମେଣ୍ଟ ମେମ୍ବରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟଯେ , ଉଭୟ ସିବିଏସଇ ଓ ସିଏଚଏସଇ ଏକାଦଶ, ଦ୍ୱାଦଶ ଛାତ୍ର ଛାତ୍ରୀଙ୍କ ନିମନ୍ତେ ଇଣ୍ଟିଗ୍ରେଟେଡ଼ କୋଚିଂ ଦିଆ ଯାଉଛି ।ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଅଭିଜ୍ଞ ଶିକ୍ଷକ ମାନେ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା ପ୍ରଦାନ କରିଆସୁଛନ୍ତି ।ବିକାଶ ଶିକ୍ଷାନୁଷ୍ଠାନ ବଡ଼ବଡ଼ ସହର ମାନଙ୍କ ଭଳି ଭବାନୀପାଟଣା ଠାରେ ମଧ୍ୟ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଆସୁଛି ।ଆଗାମୀ ମେ ମାସରେ ହେବାକୁ ଥିବା ନିଟ ପରୀକ୍ଷାରେ ମଧ୍ୟ ଆମ୍ଭ ଅନୁଷ୍ଠାନର ଛାତ୍ର ଛାତ୍ରୀ ଉଲ୍ଲେଖନୀୟ ସଫଳତା ଲାଭ କରି ଅନୁଷ୍ଠାନ ତଥା ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ମତ ପୋଷଣ କରିଛନ୍ତି ।

