ଡୁଡୁକାଠେଙ୍ଗା ପଞ୍ଚାୟତ ରେ ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ପାଇଁ ବୈଠକ।
କଳାହାଣ୍ଡି,୧୭/୦୨
ସର୍ବପୁରାତନ କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଗତ ୨୦୦୯ ମସିହାରେ ଭୌଗଳିକ ସୀମା ନିର୍ଦ୍ଧାରିତ ପରେ ଉଚ୍ଛେଦ କରି ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ କରି ଦିଆଗଲା। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟରେ ନିର୍ବାଚନ ମଣ୍ଡଳୀ ବୃଦ୍ଧି ନେଇ ଖବର ପ୍ରକାଶ ପାଇବା ପରେ କୋକସରା ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ପାଇଁ ଅଣ୍ଟା ଭିଡିଛନ୍ତି କ୍ରିୟାନୁଷ୍ଠାନ କମିଟି। ଏହି କମିଟି ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତରେ ପହଞ୍ଚି ଅଞ୍ଚଳବାସୀଙ୍କ ସହିତ ଏ ଦିଗରେ ବିଶେଷ ଆଲୋଚନା କରିବା ସହ ସେମାନଙ୍କ ମତାମତ ନେଉଛନ୍ତି। ଏହି କ୍ରମରେ ମଙ୍ଗଳବାର ବ୍ଳକର ଡୁଡୁକାଠେଙ୍ଗା ପଞ୍ଚାୟତ ଦରଲୀପଡା ପୁରୁଣା ହାଇସ୍କୁଲ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ରଘୁମଣି ଖମାରି ଙ୍କସଭାପତିତ୍ବ ଅନୁଷ୍ଠିତ ବୈଠକରେ ଉପସ୍ଥିତ ଗ୍ରାମବାସୀ ମାନେ ସମସ୍ତେ ଉକ୍ତ ପ୍ରସ୍ତାବକୁ ସମର୍ଥନ ଜଣାଇବା ସହ ପୂର୍ବ ଗୌରବ କୁ ଫେରେଇ ଆଣିବା ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ। ଏହି କ୍ରମରେ ପଞ୍ଚାୟତ ସ୍ତରରୁ ଦାବି କୁ ତୀବ୍ର କରିବା ପାଇଁ ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତ ୧୧ ଜଣିଆ କମିଟି ଗଠନ କରାଯାଇଥିଲା। ବୈଠକରେ କ୍ରିୟାନୁଷ୍ଠାନ କମିଟିର ସଭାପତି ରାଜୀବ କୁମାର ଅଗ୍ରୱାଲ, ମାନସ ରଞ୍ଜନ ବାଗ, ଖଗେଶ୍ୱର ପାଣିଗ୍ରାହୀ, ଅଜୟ ଦୀପ, ମଣିରାମ ବାଣୁଆ,ପଙ୍କଜ ମୁଖ ଚୌଧୁରୀ, ଅର୍ଜୁନ ଅଗ୍ରୱାଲ, ରାଜେନ୍ଦ୍ର ନାଏକ,ରବି ନାରାୟଣ ଦାସ,ଜଗଦୀଶ ନାଏକ, ଧର୍ମାନନ୍ଦ ନାଏକ,ସୁରେଶ ଅଗ୍ରୱାଲ, ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ଆଲୋଚନାରେ ଭାଗ
ନେଇଥିଲେ।

