Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀରେ ମହିଳା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ!

ଭୁବନେଶ୍ୱର,୨୦।୨: ରାଜଧାନୀରେ ମହିଳା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ! କଟୁରିରେ ହାଣିଲା ଦୃର୍ବୁତ୍ତ । ମହିଳା ଗୁରୁତର ଅବସ୍ଥାର କ୍ୟାପିଟାଲ ହସ୍ପିଟାଲରେ ରେ ଭର୍ତ୍ତି। ସୂଚନା ଅନୁସାରେ, ଦୃର୍ବୁତ୍ତ ଜଣକ ଗତକାଲି ମହିଳା ମିତାଦାସଙ୍କ ପୁଅ ଦୋକାନରେ ବସିଥିବା ବେଳେ ତାଙ୍କ ବେକରେ କଟୁରୀ ଲଗାଇ ଧମକ ଦେବା ସହିତ ତାଙ୍କଠୁ ୩୦୦୦ ଟଙ୍କା ଏବଂ ମୋବାଇଲ ଫୋନ ଛଡାଇ ନେଇଯାଇ ଥିଲେ। ଏହାପରେ ମହିଳା ଜଣଙ୍କ ସହିଦ ନଗର ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ମହିଳାଙ୍କୁ କହିଥିଲା ଦୁର୍ବୃତ୍ତ ଦେଖିବା ମାତ୍ରେ ପୋଲିସକୁ ସୁଚନା ଦେବା ପାଇଁ। ପରେ ମହିଳା ଜଣକ ପୋଲିସର କହିବା ଅନୁଯାୟୀ ସୂଚନା ଦେଇଥିଲେ। କିନ୍ତୁ ଏଥିରେ ଦୃର୍ବୁତ୍ତ ଉତ୍ତ୍ୟକ୍ତ ହୋଇ ତାଙ୍କୁ କଟୁରୀରେ ହାଣିଥିଲେ।

ସୂଚନା ଯୋଗ୍ୟ, ଆହତ ହେଇଥିବା ମହିଳା ହେଉଛନ୍ତି ମିତା ଦାସ। ସେ ସହିଦନଗର ସ୍ଥିତ ତାରିଣୀ ବସ୍ତିରେ ରୁହନ୍ତି। ସେ ଆଉ ତାଙ୍କ ସ୍ବାମୀ ସତସଙ୍ଗ ବିହାର ଛକରେ ଦୀର୍ଘ ଦିନ ଧରି ମକା ବିକ୍ରୀ କରି ଆସୁଛନ୍ତି। ତେବେ ରାଜ୍ୟ ରାଜଧାନୀରେ ମହିଳାଙ୍କୁ ଏପରି ଆକ୍ରମଣ ଘଟଣା ସୁରକ୍ଷା ନେଇ ସୃଷ୍ଟି କରିଛି ବଡ ପ୍ରଶ୍ନବାଚୀ। ପୋଲିସ ପ୍ରଶାସନର ଦାୟିତ୍ୱହୀନତାକୁ ମଧ୍ୟ ଦର୍ଶାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ