ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ ରେଙ୍ଗାଲପାଲି ୟୁପିଏସ ଠାରେ ପାଳନ।
କଳାହାଣ୍ଡି,୨୧/୦୨
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେଙ୍ଗାଲପାଲି ଠାରେ ଆନ୍ତର୍ଜାତୀୟ ଭାଷା ଦିବସ ସୂଚାରୁରୂପେ ସମ୍ପାଦନ ହୋଇଯାଇଅଛି।ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଚିତ୍ରାଙ୍କନ ରେ ପ୍ରଥମ ସ୍ଥାନ ଥବିର ପୁଝାରୀ ଦ୍ୱିତୀୟ ସ୍ଥାନରେ ଡୋଳାମଣି ନାଏକ ତୃତୀୟ ସ୍ଥାନରେ ଅଭିମନ୍ୟୁ ଝରିଆ ଓ ବକ୍ତୃତାରେ ପ୍ରଥମ ସ୍ଥାନ ମମତାଜ୍ ରାନୀ ସୁନାନୀ, ଦ୍ୱିତୀୟ ସ୍ଥାନରେ ଖୁସୁବୁ ବାଗ ଏବଂ ସଂଗୀତରେ ପ୍ରଥମ ସ୍ଥାନ ରୁନି ରାଉତ ଦ୍ୱିତୀୟ ସ୍ଥାନରେ ସୁମି ରାଉତ ଏବଂ ତୃତୀୟ ସ୍ଥାନରେ କୁମୁଦିନୀ ରାଉତ ଉତ୍ତୀର୍ଣ୍ଣ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଭାରତର କୋଣ ଅନୁକୋଣର ସମସ୍ତ କ୍ଷେତ୍ରର ଭାଷା ଓ ପରମ୍ପରା ଏବଂ ସଂସ୍କୃତି ଉପରେ ବିଶେଷ ଧ୍ୟାନ ଦେଇ ଛାତ୍ରଛାତ୍ରୀଙ୍କ ଦ୍ବାରା ସମାଜ ସଚେତନତା ଉପଲକ୍ଷେ ଏକ ପ୍ରଦର୍ଶନୀ।କାର୍ଯ୍ୟକ୍ରମ ର ବ୍ୟବସ୍ଥା କରାଯାଇଥିଲା । ଅତିଥି ମତବ୍ୟକ୍ତ କରିଥିଲେ “ଭାଷା ବିନା ଜାତି ଅନାଥ “ଏହି ମର୍ମରେ ସମସ୍ତେ ନିଜ ନିଜ ମତବ୍ୟକ୍ତ କରିଥିଲେ। ସମସ୍ତ ଭାଷାକୁ ଭଲ ପାଇବା ହେଲେ ନିଜ ମାତୃଭାଷାକୁ ଅଧିକ ସମ୍ମାନ ଦେବା ଏହା ସର୍ବ ଆଦୃତ ଅଦ୍ୟ ସଭାରେ ଗୃହୀତ ହେଲା। ପ୍ରଥନା ସଭାରେ ଭାଷା ଦିବସରେ ଶପଥ ପାଠ ଏଵଂ ନାରା ଗୁଞ୍ଜରିତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସଭାପତିତ୍ବ କରିଥିଲାବେଳେ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହ ଶିକ୍ଷକ କୋଟେଶ୍ୱର ରାଓ,ସୁଜିତ କୁମାର ସାହୁ, ଉଦ୍ଧବ ବାଗ, ନିବେଦିତା ବାଣୁଆ,ଉପମା ବାଗ ପ୍ରମୁଖ ଏବଂ କାର୍ଯ୍ୟକ୍ରମ ଟି ସୁଫଳ ରୂପେ ପରିଚାଳନା କରିଥିଲେ।

