ଭକ୍ତି ଓ ପୂଜାପାଠ ରେ ସାନ ସରେଇପାଲି –ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସହ ଚୋବିଶ ପ୍ରହର ନାମ ଯଜ୍ଞ ଉଦଯାପିତ
ଅମ୍ବାଭୋନା ୨୫।୦୨। (ରିପୋର୍ଟ ଚନ୍ଦମଣୀ ବେହେରା) ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ ଅମ୍ବାଭୋନା ବ୍ଲକର କୁମ୍ଭୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନସରାଇପାଲି ଗ୍ରାମ। ସାଧାରଣ ଦିନରେ ଶାନ୍ତ ଓ ସରଳ ଜୀବନ ଯାପନ କରୁଥିବା ଏହି ଗ୍ରାମଟି ଚାରି ଦିନ ଧରି ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକ ଉତ୍ସାହରେ ଅନୁଷ୍ଠିତ ହୋଇଥିଲା । ଏହି ଗ୍ରାମ ରେ ନିର୍ମିତ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଙ୍କ ମନ୍ଦିରର ଚତୁର୍ଥ ପ୍ରତିଷ୍ଠା ମହୋତ୍ସବ ଓ ଚୋବିଶ ପ୍ରହରୀ ଅଖଣ୍ଡ ନାମ ଯଜ୍ଞ।କଳସ ଯାତ୍ରାରେ ଆରମ୍ଭ ଭକ୍ତିର ଧାରା ମହୋତ୍ସବର ପ୍ରଥମ ଦିନ ଗ୍ରାମର ମହିଳାମାନେ ପବିତ୍ର ଜଳଭରା କଳସ ନେଇ ଭବ୍ୟ ଯାତ୍ରା କରିଥିଲେ। ଘଣ୍ଟାଧ୍ୱନି, ଶଂଖନାଦ ଓ “ଜୟ ଶ୍ରୀରାମ” ଧ୍ୱନିରେ ମଣ୍ଡିତ ହୋଇଯାଇଥିଲା ପରିବେଶ। ଗ୍ରାମର ପ୍ରତ୍ୟେକ ଘର ଓ ଗଳି ରେ ସୁସଜ୍ଜିତ ସୁଶୋଭିତ ହୋଇଥିଲା।
ଚୋବିଶ ପ୍ରହରୀ ନାମ ଯଜ୍ଞ: ଅଖଣ୍ଡ ଭକ୍ତିର ପରିଚୟ
ଚାରି ଦିନ ଧରି ଅଖଣ୍ଡ ଭାବରେ ହରିନାମ ସଂକୀର୍ତ୍ତନ ଓ ବେଦମନ୍ତ୍ର ଉଚ୍ଚାରଣ ଚାଲିଥିଲା। ଯଜ୍ଞମଣ୍ଡପରେ ଧୂପ-ଦୀପର ସୁଗନ୍ଧ ଓ ମନ୍ତ୍ରୋଚ୍ଚାରଣର ଧ୍ୱନି ଭକ୍ତମାନଙ୍କୁ ଆଧ୍ୟାତ୍ମିକ ଶାନ୍ତିର ଅନୁଭୂତି ଦେଇଥିଲା। ପୂର୍ଣ୍ଣାହୁତି ସହ ଯଜ୍ଞର ସମାପନ ହେବା ସମୟରେ ଗ୍ରାମବାସୀମାନଙ୍କ ମନରେ ଅନନ୍ୟ ଭକ୍ତିଭାବ ପ୍ରକାଶ ପାଇଥିଲା।
ଉତ୍ସବରେ ଗୌଡପାଲି ପୁରୁଷ ଛବି ସଂକୀର୍ତ୍ତନ ଦଳ ଓ ସୋଢାପାଲି, ଖରମୁଣ୍ଟା ମହିଳା ସଂକୀର୍ତ୍ତନ ଦଳ ଭକ୍ତିମୟ ପରିବେଷଣ କରିଥିଲେ। ଉମାକାନ୍ତ ମିର୍ଦ୍ଧା, ଭାରତୀ ଖମାରୀ ଓ ସନ୍ଧ୍ୟା ରାଣୀ ତ୍ରିପାଠୀଙ୍କ ବୈଠିକୀ ସଂକୀର୍ତ୍ତନ ଦର୍ଶକମାନଙ୍କୁ ଭାବବିଭୋର କରିଥିଲା। ଏହି ମହୋତ୍ସବର ସଫଳତା ପଛରେ ଥିଲା ଗ୍ରାମବାସୀଙ୍କ ଏକତା ଓ ସମୂହିକ ପ୍ରୟାସ। ଜିଜେନ୍ଦ୍ର ସାହୁ ସପତ୍ନୀ କୁସୁମ, ଯୁବରାଜ ସାହୁ ସପତ୍ନୀ ଗୁଲାପ ଓ ଗୋପେଶ ସାହୁ କର୍ତ୍ତା ଭାବେ ଦାୟିତ୍ୱ ନିଭାଇଥିଲେ। ମୁଖ୍ୟ ପୁରୋହିତ ମୋତି ମିଶ୍ରଙ୍କ ନିର୍ଦ୍ଦେଶନାୟ ସୁଦାଂଶୁ ମିଶ୍ର, ଜନାର୍ଦ୍ଦନ ସୁପକାର ଓ ଦାମୋଦର ସୁପକାର ବିଧିବତ ପୂଜାପାଠ କରିଥିଲେ। ଏହି ଉତ୍ସବ କେବଳ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ, ବରଂ ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁଙ୍କୁ ଏକତ୍ର କରିଥିବା ଆସ୍ଥାର ସେତୁ। ସାନସରାଇପାଲି ଗ୍ରାମ ଏହି ମହୋତ୍ସବ ମାଧ୍ୟମରେ ଏକତା, ଭକ୍ତି ଓ ସଂସ୍କୃତିର ଜୀବନ୍ତ ଚିତ୍ର ପ୍ରଦର୍ଶନ କରିଛି।ଏହି ପ୍ରତିଷ୍ଠା ମହୋତ୍ସବ ଗ୍ରାମବାସୀଙ୍କ ମନରେ ଦୀର୍ଘଦିନ ପର୍ଯ୍ୟନ୍ତ ଆଧ୍ୟାତ୍ମିକ ସ୍ମୃତି ଭାବେ ଅମଲିନ ରହିବ।

