Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇନ୍ଦ୍ରାବତୀ ଜଳ ଭଣ୍ଡାର ରେ ଡଙ୍ଗା ବୁଡ଼ି ଜଣେ ନିଖୋଜ, ଦୁଇ ଉଦ୍ଧାର!!

କଳାହାଣ୍ଡି,୦୧/୦୩
ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟକୁ କାଠ ଡଙ୍ଗା ରେ ମାଛ ଧରିବାକୁ ଯାଇ ପ୍ରବଳ ଢେଉ ରେ ଡଙ୍ଗା ବୁଡିଯିବା ଫଳରେ ଜଣେ ନିଖୋଜ ଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଅନ୍ୟଏକ ଡଙ୍ଗା ଯାଇ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ସୁଚନା ମିଳିଛି। ଥିଆମୁଲ ରାମପୁର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଚଂଚରା ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ସେହି ଗ୍ରାମର ହର ବେହେରୁକ (୪୦) ଓ ଦୁଇଜଣ ସାଥି ରବି ପୁଝାରୀ ଓ ଚନ୍ଦ୍ର ବେହେରା ଏକ କାଠ ଡଙ୍ଗାରେ ମାଛ ଧରିବାକୁ ଯାଇଥିଲେ। ଫେରିବା ବେଳରେ ପ୍ରବଳ ଢେଉ ହେତୁ ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ଘଟଣା ସ୍ଥଳରେ ହର ପାଣି ମଧ୍ୟରେ ବୁଡ଼ି ଯାଇ ନିଖୋଜ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଅନ୍ୟ ଏକ ଡଙ୍ଗା ନେଇଯାଉଥିବା ଡମ୍ବରୁ ନାଏକ ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିବା ସୁଚନା ମିଳିଛି। ପରେ ସେହି ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ନିକଟ ଅ ଡ୍ରୀ ଡାକ୍ତରଖାନା କୁ ନିଆଯାଇଥିବା ସୁଚନା ମିଳୁଛି। ଖବର ପାଇ ଥୁଆମୁଲ ରାମପୁର ଅଗ୍ନିଶମ ବିଭାଗ ପହଞ୍ଚି ବୋଟ ଯୋଗେ ଅନେକ ଖୋଜା ଖୋଜି କରିଥଲେ ମଧ୍ଯ ନିଖୋଜ ବ୍ୟକ୍ତି ର କୌଣସି ପତ୍ତା ମିଳି ନ ଥିବା ପ୍ରକାଶ। ଘଟଣା ସ୍ଥଳ ରେ ୩୦୦ଫୁଟ ପାଣି ଥିବାର ଆଲୋଚନା ହେଉଛି। ନିଖୋଜ ହର ଙ୍କ ଦୁଇ ନାବାଳକ ପୁଅ ଓ ଝିଅ ସାଙ୍ଗକୁ ସ୍ତ୍ରୀ ଧନେଇ ଶୋକ ରେ ଭାଙ୍ଗି ପଡ଼ିଥିବା ବେଳେ ଆଖ ପାଖ ଅଞ୍ଚଳରୁ ଅନେକ ଲୋକ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ସୁଚନା ମିଳିଛି। ଇନ୍ଦ୍ରାବତୀ ଜଳଭଣ୍ଡାର କାର୍ଯ୍ୟକ୍ଷମ ହେବା ଦିନଠାରୁ ଅନେକ ଜୀବନ ନେଇଥିବା ବେଳେ ମୃତକ ପରିବାର କୁ ସ୍ଵତନ୍ତ୍ର ସହାୟତା ରାଶି ପ୍ରଦାନ କରିବାକୁ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories